ଡବଲ ଇଞ୍ଜିନ ସରକାରରେ ଅଶାନ୍ତ ହୋଇଗଲାଣି ଓଡିଶା । ହତ୍ୟା, ମର୍ଡର ପରେ ଏବେ ଦିନ ଦ୍ୱିପ୍ରହରେ ହେଉଛି ବମ୍ ବ୍ଲାଷ୍ଟ । କିନ୍ତୁ ହାତରେ ହାତ ପକାଇ ବସିଛନ୍ତି ମୋହନ ସରକାର । ହଁ ଦର୍ଶକବନ୍ଧୁ, ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ଢିଲା ହୋଇ ଚାଲିଥିବା ବେଳେ ଭୁବନେଶ୍ୱର, ଗଞ୍ଜାମ ଏବଂ ଯାଜପୁର ପାଲଟିଛି ଅପରାଧର ହଟସ୍ପଟ୍ । ରାଜଧାନୀରେ ଅପରାଧ କରିବା ସାଧାରଣ କଥା ହୋଇଥିବା ବେଳେ ଗଞ୍ଜାମ ଏବଂ ଯାଜପୁର ଭଳି ଜିଲ୍ଲାରେ ବି ଏଥିରେ ବ୍ରେକ ଲାଗୁନି । କିଛି ଦିନ ତଳେ ଯାଜପୁର ଧର୍ମଶାଳାରେ ଜଣେ ପୂବତନ ବିଧାୟକଙ୍କ ଗାଡି ଉପରକୁ ଦିନ ଦ୍ୱିପ୍ରହରେ ଆକ୍ରମଣ କରାଯାଇଥିଲା । ଆଉ ଏବେ ଯାଜପୁରର ଛତିଆ ଠାରେ ବୋମା ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଏପରିକି ଏହି ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଯାହା ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇବା ସହ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
କେବଳ ଏତିକି ନୁହେଁ, ଗଞ୍ଜାମରେ ମଧ୍ୟ ଅଧିକାଂଶ ଆସନ ବିଜେପି କବଜାରେ ରହିଥିବା ବେଳେ ନିକଟରେ ଏପରି କିଛି ଘଟଣା ଘଟିଥିଲା ଯାହା ମୋହନ ସରକାରଙ୍କ ମୁଣ୍ଡ ନୁଆଁଇ ଦେଇଥିଲା । ଜଣେ ୪ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ କରି ତାକୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏପରିକି ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତା କଡରେ ଫୋପାଡିଦେଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ମୋହନ ମାଝୀ ବାରମ୍ବାର ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରୁଥିଲେ ମଧ୍ୟ ଏସବୁ ପ୍ରତି ଧ୍ୟାନ ଦେଉନାହାନ୍ତିା ଏହା ସହ ରାଜଧାନୀ ଉପକଣ୍ଠରେ ମଧ୍ୟ ପ୍ରତିଦିନ ଅପରାଧର ସୀମା ପାର ହେଉଛି । ଛୋଟ ଛୁଆଙ୍କୁ ଅପହରଣ ଠାରୁ ଆରମ୍ଭ କରି ମାରିକି ପାଇଖାନା ଟାଙ୍କିରେ ଫୋପଡା ଯାଉଛିା କଥା କଥାକେ ମୁଣ୍ଡ ଗଡୁଛି । କିନ୍ତୁ ଆଇନ କେଉଁ ବାଟେ ଚାଲିଯାଉଛି ତାହା କାହାରିକୁ ବୁଝା ପଡୁନି । ଆଉ ଏସବୁକୁ ନେଇ ବିଜେଡି ବିଜେପି ଉପରେ ବର୍ଷିବା ସହ ଏସବୁକୁ ନେଇ ସ୍ୱର ଉଠାଉଛି । କିନ୍ତୁ ଫଳ ଶୂନ । ତେବେ ଦେଖାଯାଉ ଏ ଡବଲ ଇଞ୍ଜିନ ସରକାରରେ ସାଧାରଣ ଲୋକେ ଆଉ କେତେ ହୀନସ୍ତା ହେଉଛନ୍ତି ଏବଂ ଏହା ବିଜେପିର ଭୋଟ ବ୍ୟାଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।