ଯାଜପୁରରେ ଅଧିତ୍ରାଷ୍ଠୀ ମାଆ ବିରଜାଙ୍କ ପାର୍ବଣ ଯାତ୍ରା ବା ରଥ ଯାତ୍ରା ଶେଷ ହୋଇଛି । ନବରାତ୍ରୀ ଅବସରରେ ୧୬ ଦିନ ଧରି ଏହି ପୂଜା ଚାଲିଥିଲା । ମାଆଙ୍କ ପୀଠରେ ନବମୀ ଅବସରରେ ସଂଧ୍ୟାରେ ରଥଯାତ୍ରା ଶେଷ ହେବା ପରେ ବିଳମ୍ବିତ ରାତିରେ ମା’ଙ୍କ ଲାଖବିନ୍ଧା ଯାତ୍ରା ଅନୁଷ୍ଠିତ ହୋଇଛି । ୯ ଦିନ ଧରି ରଥରେ ବିଜେ ଥିବା ମା’ଙ୍କ ପ୍ରତିମାଙ୍କୁ ରଥରୁ ଅବତରଣ କରାଯାଇ ସୁସଜ୍ଜିତ ବିମାନରେ ଶୋଭାଯାତ୍ରା ଜରିଆରେ ଲାଖବିନ୍ଧା ପଡ଼ିଆକୁ ନିଆଯାଇଥିଲା । ସେଠାରେ ବିଭିନ୍ନ ପୂଜା ସହ ଲାଖବିନ୍ଧା କରାଯାଇଥିଲା ଏବଂ ପରେ ମାଆଙ୍କର ଗୁପ୍ତନୀତି ସଂପନ୍ନ ହୋଇଥିଲା ।

You can share this post!
author
Related Articles
ନବୀନ ପୋଛି ନେଲେ ୭ଆସନ
- February 7, 2025
ଜେଲ ଗଲେ ବବିଙ୍କ ଭାଇ
- November 23, 2024