ଯାଜପୁର କମ୍ପାଉଛନ୍ତି ବବି…

ଯାଜପୁର କମ୍ପାଉଛନ୍ତି ବବି…

ଯାଜପୁର କମ୍ପାଉଛନ୍ତି ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ବବିଙ୍କ କ୍ରେଜ ଆଗରେ ଉଧେଇ ପାରୁନାହାନ୍ତି ବିଜେପି ନେତା । ହଁ ଆଜ୍ଞା, ଏବେ ବି ଯାଜପୁର ରାଜନୀତିରେ ଚମକୁଛନ୍ତି ବବି । ବବିଙ୍କ ନାଁରେ କମ୍ପୁଛି ଯାଜପୁର ମାଟି । ସେ ଖେଳ ପଡିଆ ହେଉ ବା ଭସାଣୀ ଉତ୍ସବ ବା କୌଣସି ମହୋତ୍ସବ ସବୁଠି ବବିଙ୍କ ଭରପୁର କ୍ରେଜ ଦେଖିବାକୁ ମିଳୁଛି । ବବିଙ୍କୁ ଦେଖିବାକୁ ସାଧାରଣ ଲୋକଙ୍କ ଯେତିକି ଭିଡ ଜମୁଛି ସେତିକି ଭିଡ ବିଜେପି ନେତାଙ୍କ କ୍ଷେତ୍ରରେ ଖାସ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କ୍ଷେତ୍ରରେ ଏତେଟା ପରିଲକ୍ଷିତ ହେଉନଥିବା ଅନେକ ସମୟରେ ଦେଖିବାକୁ ମିଳିଛି । ଆଉ ଏଥିରୁ ହିଁ ବବିଙ୍କ ଚମକ ହାରିବା ପରେ ବି ପୂର୍ବ ପରି ରହିଥିବା ପ୍ରମାଣିତ ହେଉଛି ।

ତେବେ ନିର୍ବାଚନର କିଛି ମାସ ପର୍ଯ୍ୟନ୍ତ ବବି ରାଜନୀତି ସହ ନିଜ ନିର୍ବାଚନ ମଣ୍ଡଳୀରେ ଏତେଟା ସକ୍ରିୟ ନଥିଲେ । କୌଣସି ଦଳୀୟ କାର୍ଯ୍ୟକ୍ରମରେ ବି ତାଙ୍କର ଛାଇ ପଡୁନଥିଲା । ଆଉ ଏସବୁକୁ ନେଇ ବିଜେପି ବବି ଏବଂ ବିଜେଡିକୁ ସମାଲୋଚନା କରୁଥିଲେ । କିନ୍ତୁ ଏବେ ବବି ସବୁଠି ଉପସ୍ଥିତ ରହୁଛନ୍ତି । ଦଳୀୟ ସମାବେଶ ସହ ନିଜ ନିର୍ବାଚନ ମଣ୍ଡଳୀରେ ଖୁବ ଆକ୍ଟିଭ ରହୁଛନ୍ତି ବବି । ବିଜେପି ନେତାଙ୍କ ଠାରୁ ସାଧାରଣ ଲୋକେ ଆଶା ହରାଉଥିବାରୁ ଏବଂ ପ୍ରତିଦିନ ବିଜେପି ବିରୁଦ୍ଧରେ ଅଭିଯୋଗ ଆସୁଥିବାରୁ ଏହା ବିଜେଡି ନେତାଙ୍କୁ ବଳ ଯୋଗାଉଛି । ଯେଉଁ କାରଣରୁ ବିଜେପି ସରକାରରେ ଥାଇ ବି ଯେତିକି ଲୋକପ୍ରିୟ ଏବଂ ଲାଇମ ଲାଇଟରେ ନରହୁଛି ବିଜେଡି ବିରୋଧୀ ଆସନରେ ବସି ସେତିକି ହେଡଲାଇନ୍ସ ସାଜୁଛି । ଆଉ ଏଥିରେ ବବି ଦାସଙ୍କ ଭୂମିକା ସବୁଠୁ ଅଧିକ ରହୁଛି ।

ଅନ୍ୟପଟେ ଯାଜପୁରରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି ବିଜେପି କବଜାରେ ରହିଛି । କିନ୍ତୁ ୪ଟି ଆସନ ଥାଇ ବି ଯାଜପୁରରେ ବବିଙ୍କ ନାଁ ଏବଂ କ୍ରେଜ ଆଗରେ ବିଜେପିର ସ୍ୱର ଏତେଟା ଶୁଭୁନି । ବିଜେପିର ଯାଜପୁର ଚେହେରା କୁହାଯାଉଥିବା ହିମାଂଶୁ ସାହୁ, ପ୍ରଦୀପ ବଳ ସାମନ୍ତ, ଆକାଶ ଦାସ ନାୟକ , ଅମର ନାଏକ ଗତ ନିବାଚନରେ ଜିତିଥିବା ବେଳେ ଏମାନେ ଯାଜପୁର ରାଜନୀତିରେ ସେତେଟା କ୍ରେଜ ସାଉଁଟିପାରୁନାହାନ୍ତି । ଆଉ ଏସବୁ ବିଜେଡିକୁ ଫାଇଦା ଦେଉଛି ।

author

Related Articles

Leave a Reply

Your email address will not be published. Required fields are marked *