ଯୁଦ୍ଧ ବିମାନରେ ମୋଦୀ

ଯୁଦ୍ଧ ବିମାନରେ ମୋଦୀ

ଭାରତର ଲଢୁଆ ଯୁଦ୍ଧ ବିମାନ ତେଜସ୍‌ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଳୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବେଙ୍ଗାଳୁରୁର ୟେଲହଙ୍କା ଏୟାରବେସ୍ ରେ ପହଞ୍ଚିଥିଲେ ମୋଦୀ । ସେଠାରେ ‘ତେଜସ୍’ ଯୁଦ୍ଧ ବିମାନରେ ବସି ଉଡାଣ ଭରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତେଜସ୍’ରେ ସଫଳତାର ସହିତ ଉଡାଣ ପୂରଣ କରିଛି । ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ । ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି । ‘ତେଜସ୍’ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *