
ଯୁବା ରହିବା ପାଇଁ ବର୍ଷକୁ ୧୬ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କୋଟିପତି ବ୍ରିଅନ୍ ଜନସନ। ଶରୀରକୁ ବାର୍ଦ୍ଧକ୍ୟ ଅବସ୍ଥାରୁ ରକ୍ଷା କରିବା ପାଇଁ ସେ ଦିନକୁ ୧୧୧ଟି ବଟିକା ଖାଉଛନ୍ତି। ସେ ଦିନକୁ ୧୦୦ରୁ ଅଧିକ ସପ୍ଲିମେଣ୍ଟ ଖାଆନ୍ତି। ସେ ତାଙ୍କ ସମଗ୍ର ଶରୀରକୁ ଆଣ୍ଟି-ଏଜିଂ ଆଲଗୋରିଦମକୁ ଫେରାଇବା ପାଇଁ ତଥା ନିଜର ୪୬ ବର୍ଷ ବୟସ୍କ ଅଙ୍ଗଗୁଡ଼ିକୁ ୧୮ ବର୍ଷ ର କରିବା ପାଇଁ ଏପରି କରୁଛନ୍ତି । । ୩୦ ଜଣିଆ ଡାକ୍ତରୀ ଟିମ୍ ଦୈନିକ ତାଙ୍କ ଶରୀରର ମୋଟାପଣ ଏବଂ ରୁଟିନ୍ ଏମଆରଆଇ କରନ୍ତି। ୩୦ ବର୍ଷରେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଥିବା ବ୍ରିଅନ୍ ନିଜ ପେମେଣ୍ଟ ପ୍ରକ୍ରିୟାକରଣ କମ୍ପାନୀ ବ୍ରେଣ୍ଟ୍ରି ପେମେଣ୍ଟ ୬ ହଜାର କୋଟି ଟଙ୍କାରେ ବିକ୍ରି କରି ଚର୍ଚ୍ଚାରେ ଥିଲେ। ରିପୋର୍ଟ ମୁତାବକ ବ୍ରିଅନ ଜନସନଙ୍କ ସମ୍ପତ୍ତି ମୂଲ୍ୟ ୩ ହଜାର କୋଟି ଡଲାର।