ରଘୁବରଙ୍କୁ ମୋଦିଙ୍କ ତଣ୍ଟିଆ….ବିଜେପିକୁ ଅରୁଣ ମାରିଲେ ତେରଚ୍ଛା ବାଣ !

ରଘୁବରଙ୍କୁ ମୋଦିଙ୍କ ତଣ୍ଟିଆ….ବିଜେପିକୁ ଅରୁଣ ମାରିଲେ ତେରଚ୍ଛା ବାଣ !

ସକ୍ରିୟ ରାଜନୀତିରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜ୍ୟପାଳ ପଦବୀରୁ ରଘୁବରଙ୍କ ଇସ୍ତଫା ରାଜ୍ୟ ରାଜନୀତିର ଚର୍ଚ୍ଚା ବଢାଇଥିଲା । ଏବେ ପୁଣିଥରେ ରଘୁବର ଦାସ ବିଜେପିର ସାମିଲ ହେବା ପରେ ମୁଣ୍ଡ ଟେକିଛି ବିବାଦ । ଟାର୍ଗେଟ କରିଛି ବିରୋଧି ବିଜେଡି ଓ କଂଗ୍ରସ ।

ରଘୁବାର ଦାସ ଓଡିଶାରେ ରାଜ୍ୟପାଳ ଥିବା ସମୟରେ ବିଜେପି ଏଜେଣ୍ଡାରେ କାମ କରୁଥିଲେ କହି ରଘୁବରଙ୍କୁ ତେରଛା ବାଣ ମାରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ଲୋକଙ୍କ ଅଭିଯୋଗ ଶୁଣିବା ନାଁରେ ବିଜେପି ପାଇଁ ପ୍ରଚାର କରୁଥିଲେ କି ରଘୁବର ଦାସ ? ରାଜଭବନକୁ ବିଜେପି ପାର୍ଟି ଅଫିସରେ ପରିଣତ କରିଥିଲେ କି ରଘୁବର ? ବିଜେପିର ପଲିଟିକାଲ ଏଜେଣ୍ଟ ଭାବେ କାମ କରୁଥିଲେ କି ରଘୁବର ହଁ ଆଜ୍ଞା ଏକଥା ଆମେ କହୁନୁ ବରଂ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ନାଁରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ରଘୁବର ଦାସ କାହିଁକି ରାଜ୍ୟପାଳ ପଦବୀକୁ ଲାଟସାହେବ ପଦବୀ କହିଲେ ତାହାର ଉତ୍ତର ରଖନ୍ତୁ ବୋଲି କହି ରଘୁବର ଓ ବିଜେପିକୁ ଘେରିଛନ୍ତି ଅରୁଣ ।

ଖାଲି ସେତିକି ନୁହେଁ ବରଂ 30 ଜିଲ୍ଲା ବୁଲି ବିଜେପିର ଦଳକୁ ମଜଭୁତ କରାଉଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ସେ ଓଡିଶା ପାଇଁ କେଉଁ କେଉଁ କାର୍ଯ୍ୟ କରିଛନ୍ତି ତାହାର ତାଲିକା ମାଗିଛି ବିଜେଡି । ରଘୁବରଙ୍କ ପୁଅ ଜଣେ ଓଡିଆ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନେଇ ଉଠିଲା ପଡିଲା ରାଜ୍ୟ ରାଜନୀତି । କିନ୍ତୁ ଏହି ଘଟଣାରେ କାହିଁକି ତଦନ୍ତ କରାଗଲା ନାହିଁ କାହିଁକି ରଘୁବରଙ୍କ ପୁଅକୁ ଜେଲ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।

ବିଜେଡିକୁ ବଦନାମ କରିବାକୁ ରଘୁବରଙ୍କୁ ଓଡିଶାକୁ ଆଣିଥିଲା ଭାରତୀୟ ଜନତା ପାର୍ଟି । ତେବେ ପୂର୍ବତନ ରାଜ୍ୟପାଳଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବୟାନ ବାଜି ଆଗକୁ କେଉଁ ମୋଡ ନେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *