ରଙ୍ଗିଲା ଗୁଣ ପାଇଁ ଫସିଗଲେ ଗେରୁଆ ବାବା

ରଙ୍ଗିଲା ଗୁଣ ପାଇଁ ଫସିଗଲେ ଗେରୁଆ ବାବା

ରଙ୍ଗିଲା ଗୁଣ ପାଇଁ ଫସିଗଲେ ଗେରୁଆ ବାବା । ଖୋଲୁଛି ରଙ୍ଗିଲା ବାବାଙ୍କ ଗୋଟିଏ ପରେ ଗୋଟିଏ ଗୁମର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାବାଙ୍କ ରଙ୍ଗୀନ ଫଟୋ । ହଁ ଆଜ୍ଞା, ଆଠଗଡ ତିଗିରିଆ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କ ଭିନ୍ନ ରୂପ ସାମ୍ନାକୁ ଆସିଛି । ଦିନେ ଲୋକଙ୍କ ସମସ୍ୟା ସମାଧାନ କରୁଥିଲେ, ଆଜି ନିଜେ ନିଜ ପାଇଁ ଡାକି ଆଣିଛନ୍ତି ସମସ୍ୟା । ଆଠଗଡ ତିଗିରିଆ ଅଂଚଳରେ ଯୁବତୀ ଅପହରଣ ଅଭିଯୋଗ ବାବାଙ୍କ ପାଇଁ ଏବେ ଅଡୁଆ ସାଜିଛି। ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ହେବ ଯୁବତୀ ଜଣକ ନିଖୋଜ ରହିବା ପରେ ତାଙ୍କ ପରିବାର ପକ୍ଷରୁ ଗତ ୭ ତାରିଖରେ ଢେଙ୍କାନାଳ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ କଟକ ତିଗିରିଆ ଥାନା ସୋମପଡା ବାହାରବିଲ୍ଲା ସୁତୀକ୍ଷ୍ମ ଆଶ୍ରମରୁ ଅଭିଯୁକ୍ତ ବାବାଙ୍କୁ ପୋଲିସ ଉଠାଇ ନେଇଛି । ଏବଂ ଚଢାଉ ସମୟରେ ସେଠାରୁ କିଛି ଆପତ୍ତି ଜନକ ଜିନିଷ ମିଳିଥିବା ଜଣାପଡିଛି ।

ତେବେ ଆଠଗଡରେ କୈବଲ୍ୟ ବାବା ଭାରି ଫେମସ । କୌଣସି ପାରିବାରିକ ସମସ୍ୟା ହେଉ, କିମ୍ବା ଜାତକ ଦେଖାଇବା ହେଉ, କିମ୍ବା କୌଣସି ସମସ୍ୟାର କେମିତି ନିରାକରଣ ବାହାର କରାଯିବ, ଏସବୁ ସମସ୍ୟା ନେଇ ଲୋକେ ବାବାଙ୍କ ପାଖକୁ ଯାଅନ୍ତି । ବାବା ମଧ୍ୟ ଗେରୁଆ ବସ୍ତ୍ର ପିନ୍ଧି, ପୁରା ସନ୍ୟାସୀ ଭଳି ଲୋକଙ୍କ କଥା ଶୁଣନ୍ତି, ଏବଂ ସମସ୍ୟାର ସମାଧାନ ବି ବତାଇ ଦିଅନ୍ତି । କିନ୍ତୁ ସେଠାରେ ଲୋକଙ୍କର ଏହି ବାବାଙ୍କ ପ୍ରତି ଅନେକ ଦିନରୁ ସନ୍ଦେହ ଥିଲା । କିଛି ଯୁବତୀ ସେହି ଆଶ୍ରମକୁ ବାରମ୍ବାର ଯିବା ଆସିବା କରିବା, ଓ ବାବା ତାଙ୍କୁ ଜୋର ଜବରଦସ୍ତ ଡାକିବା, ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା । ଆଉ ଶେଷରେ କୈବଲ୍ୟ ବାବାର ଖେଳ ଖତମ ହୋଇଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *