ରାଜ୍ୟରେ ବିଜେପି ସରକାର ହେବା ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି । ଅନ୍ୟପଟେ ରତ୍ନଭଣ୍ଡାର କେବେ ଖୋଲାଯିବ ନେଇ ଦ୍ୱନ୍ଦ ରହିଛି । ତେବେ ଏହାରି ଭିତରେ ରତ୍ନ ଭଣ୍ଡାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେକିଛନ୍ତି । ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖମନ୍ତ୍ରୀ ମୋହନ ମାଝିଙ୍କୁ ଅନୁରୋଧ କରିଛନ୍ତି । ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥତି ଆହୁରୀ ଜଟିଳ ହେବାର ସମ୍ଭାବନା ରହିଛି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ ।

You can share this post!
author