ରଥ ଉପରକୁ ମୋବାଇଲ ମନା…..

 ରଥ ଉପରକୁ ମୋବାଇଲ ମନା…..

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି |ଦାୟିତ୍ୱ ନେବା ପରେ ସେ କହିଛନ୍ତି କି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । ସେହିଭଳି ରଥ ବେଳେ କିଛି ଅଣ ସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅରବିନ୍ଦ ପାଢୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ସେତିକି ନୁହେଁ ରଥ ଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢିଥିବା ନଜରକୁ ଆସିଥିଲା । ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି, ଏବେ ରଥ ଉପରେ ସୀମିତ ସେବାୟତ ଚଢିବାକୁ ଅନୁମତି ଦିଆଯିବ । ଯାହାର ସେବା ନାହିଁ ସେମାନଙ୍କୁ ରଥ ଉପରେ ଚଢିବାକୁ ଅନୁମତି ଦିଆଯିବ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *