ବିଳମ୍ବିତ ରାତିରେ ଜଣଙ୍କ ଘରୁ ଚୋରୀ ଉଦ୍ୟମ

ବିଳମ୍ବିତ ରାତିରେ ଜଣଙ୍କ ଘରୁ ଚୋରୀ ଉଦ୍ୟମ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବଡ ଖଇରଖମା ପଂଚାୟତର ରାଗପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ଜଣଙ୍କ ଘରୁ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଗ୍ରାମର ସୁରେନ୍ଦ୍ର ଗୌଡ଼ ଙ୍କ ବାଡିପଟୁ ଗୋଟିଏ ଗ୍ରିଲ ଓ ଗୋଟିଏ କବାଟ ଭାଙ୍ଗି ଚୋରୀ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ସୁରେନ୍ଦ୍ରଙ୍କ ଘର ବାଡି ପଟୁ ଆସି ଗ୍ରିଲ ଭାଙ୍ଗି କବାଟ ଖୋଲିବା ସମୟରେ ଘର ସୋଇଥିବା ସୁରେନ୍ଦ୍ରଙ୍କ ପୁଅ ଶବ୍ଦ ହେଉଥିବା ଶୁଣି ଅନ୍ୟ କୋଠରୀ ରେ ସୋଇଥିବା ମାଆଙ୍କୁ ଫୋନ କରିଥିଲେ । ଫୋନ ପାଇ ସୁରେନ୍ଦ୍ର କୋଠରୀ ବାହାରକୁ ଆସି ବାଡ଼ି ଲାଇଟ ଲଗାଇ ପାଟି କରିବା ଫଳରେ ଚୋର ମାନେ ଫେରାର ହୋଇଯାଇଥିଲେ । ପରେ ଗ୍ରାମବାସୀ ଗାଁ ର ଚତୃପାର୍ଶ୍ଵ ବୁଲି ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ପରେ ବେଗୁନିଆପଡା ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି । ପ୍ରକାଶ ଥାଉ କି ମଙ୍ଗଳ ବାର ଦିନ ଏସ. ଛଚିନା ଗ୍ରାମରୁ ଦୁଇଟି ଘରୁ ଚୋରି ହୋଇଥିବା ବେଳେ ଠିକ ପର ଦିନ ରାତି ଏସ. ଛଚିନା ଠାରୁ ଏକ କିଲୋମିଟର ମଧ୍ୟରେ ଥିବା ରାଗପୁର ରେ ଏହି ଘଟଣା ଘଟିଛି । ଲଗାତାର ଦୁଇ ଦିନରେ ଏକ କିଲୋମିଟର ମଧ୍ୟରେ ତିନି ତିନୋଟି ଚୋରି ପୋଲିସ ର ମୁଣ୍ଡ ବଥାର କାରଣ ପାଲଟିଛି ।

author

Related Articles

Leave a Reply

Your email address will not be published. Required fields are marked *