ବିଜେପି ସରକାରରେ ବଢୁଛି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଧି !
ଝାଉଁଳିଗଲାଣି ପଦ୍ମ ବିଚ୍ ରାସ୍ତାରେ ବଦନାମ ମୋହନ !
ପୂର୍ବତନ ବିଧାୟକଙ୍କୁ ଆଟାକ୍ ରାଗିକି ଖପ୍ପା ନବୀନ !
ଚୁପ୍ ବସିଛି ପୋଲିସ କେବେ ବନ୍ଧା ହେବେ ବିଧାୟକ ?
ହଁ ଦର୍ଶକବନ୍ଧୁ ଥରେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ (ଭିଜୁଆଲ ଆମ୍ୱିଆନ୍ସ) ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ଘେରି ଯାଇଛନ୍ତି କିଛି ଅସମାଜିକ ଯୁବ ଗୋଷ୍ଠୀ । ଗାଡିକୁ ଆକ୍ରମଣ କରିବା ସହ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ହାତରେ ବାଡି ଧରି ପରସ୍ପରକୁ ମାରୁଛନ୍ତି । ଆଉ କୁହାଯାଉଛି କି ଏଇ ଲୋକମାନେ କୁଆଡେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ପାଖାପାଖି ଗୋଟେ ମାସ ହୋଇଯିବ ଯେତେବେଳେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏକ ଯଜ୍ଞରେ ଯୋଗଦେବା ପାଇଁ ନିଜ ଗାଡିରେ ଯାଉଥିଲେ ଏବଂ ସେଠାରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ମାରପିଟ କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସରେ ଏଫଆଇଆର ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ ତରଫରୁ କୌଣସି ଆକ୍ସନ ନିଆଯାଇନାହିଁ ।
ଏହି ଘଟଣାରେ ଧର୍ମଶାଳା ବିଧାୟକଙ୍କ ସମୃକ୍ତି ଥିବା ଅଭିଯୋଗ ହୋଇଛି କିନ୍ତୁ ପୋସିଲ କାହିଁକି ଚୁପ ବସିଛି କେବେ ଆକ୍ସନ ନିଆଯିବ ସେନେଇ ପ୍ରଶ୍ନ ଉଠାଇଲେଣି ପୂର୍ବତନ ବିଧାୟକଙ୍କ ସମର୍ଥକ । ଅପରପକ୍ଷେ ବିଧାୟକ ଲିକୁ ସାହୁଙ୍କ ଏପରି ଆଚରଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ମୋହନ ସରକାରଙ୍କୁ ହଟ୍ଟହଟ୍ଟା କରୁଥିବା ଅଭିଯୋଗ ଆସୁଛି । ବିଜେପି ସରକାରରେ ବିଧାୟକ ନିଜର ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି । ଯାହା ଧର୍ମଶାଳାରେ ଜନଅସନ୍ତୋଷ ବୃଦ୍ଧି କରୁଛି ।
ଅପରପକ୍ଷେ ବିଧାୟକ ଲିକୁ ସାହୁଙ୍କୁ ବିଜେପିରେ ସେତେଟା ଗୁରୁତ୍ୱ ଆଉ ଦିଆଯାଉନଥିବା ମଧ୍ୟ କୁହାଗଲାଣି । ବିଗତ କିଛିଦିନ ହେବ ଧର୍ମଶାଳାରେ ଯେଉଁଭଳି ଭାବେ ଗୁଣ୍ଡାଗର୍ଦ୍ଦି ବଢୁଛି ବିଧାୟକ ଓ ମୋହନ ସରକାରଙ୍କୁ ଦାୟୀ କରାଯାଉଛି । କିନ୍ତୁ ମୋହନ ସରକାର ଏ ବାବଦରେ ମୁହଁ ନଖୋଲିବା ଏବେ ବିଧାୟକଙ୍କୁ ଅଡୁଆରେ ପକାଇଛି । ଏହି ଘଟଣାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପୁଣିଥରେ ଏହା ବିଜେପିର ଅନ୍ତଃ କନ୍ଦଳକୁ ପଦାରେ ପକାଇଛି । ତେବେ ଦେଖିବାକୁ ବାକି ରହିଲା ବିଜେଡିର ପୂର୍ବତନ ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରଶାସନ ଓ ସରକାର କେଉଁ ପଦକ୍ଷେପ ନେଉଛନ୍ତି ଏବଂ କେବେ ବିଜେପି ବିଧାୟକଙ୍କୁ ସପୋର୍ଟ କରୁଛନ୍ତି ମୋହନ ସରକାର ।