ଏ ସରକାର କଥାକୁହା ଗୌରହରି,ଏ ସରକାରଙ୍କର କାମ କମ୍ କଥା ଅଧିକ,ଏ ସରକାର ପବନା ସରକାର ଦର୍ଶକବନ୍ଧୁ ଏ କଥା ଆମର ନୁହେଁ ବରଂ ସାଧାରଣ ଜନତା ଏବେ ସରକାରଙ୍କୁ ମୁହେଁ ମୁହେଁ ଜବାବ ଦେଲେଣି । ଏକାଠି ହେଲେ ଶହ ଶହ ଲୋକ ମୋହନଙ୍କ ବିରୁଦ୍ଧରେ ଦେଲେ ନାରା । ଆଜିକୁ ଠିକ୍ 11 ମାସ ତଳେ ଓଡିଶାର ଅନୁକୋଣରେ ଚାଲିଥିଲା ଗୋଟିଏ ନାରା । ପରିବର୍ତ୍ତନର ନାରା । ଆଉ ଏମିତି ପରିବର୍ତ୍ତନ ହେଲା ଯେ ସାଧାରଣ ଲୋକେ ଏବେ ମୁଣ୍ଡରେ ହାତଦେଇ ବସିଲେଣି । ପବ୍ଲିକ କହୁଛନ୍ତି ଆମେ ଭୋଟ ଦେଲୁ ସାଧାରଣ ଲୋକଙ୍କ ଦୁଃଖ ସରକାର ଶୁଣିବେ କିନ୍ତୁ ନା ନିଜୁକୁ ଲୋକଙ୍କୁ ସରକାର କହୁଥିବା ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଇଁ କଣ କରିଛି ବୋଲି ଲୋକେ ପ୍ରଶ୍ନ କଲେଣି । ଯେଉଁ ଭାରତୀୟ ଜନତା ପାର୍ଟି ବିରୋଧିରେ ଥିବା ସମୟରେ କହୁଥିଲା କି ଯଦି ବିଜେପି ସରକାର ଗଠନ କରେ ତେବେ ମାତ୍ର 24 ଘଣ୍ଟାରେ ସମସ୍ତ ସମସ୍ୟାର ସମାଧାନ ହେବ ହେଲେ 24 ଘଣ୍ଟା ଯାଇ 11 ମାସ ବିତିଗଲା ନିଜକୁ ଲୋକଙ୍କ ସରକାର କହୁଥିବା ପବନା ସରକାରଙ୍କ ଦେଖା ନାହିଁ । ଥରେ ନଜର ପକାନ୍ତୁ ଏହି ପ୍ରତିକ୍ରିୟାଟି ଉପରେ…
ଡମ୍ପିକ ଗାର୍ଡକୁ ନେଇ ରାଜଧାନୀବାସୀ ଦୀର୍ଘ ଦିନରୁ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଏ ସରକାର କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ବିରୋଧ କରି ରାଜରାସ୍ତାରେ ଏପରି କିଛି କହି ପ୍ରତିବାଦ କରିଛନ୍ତି ସାଧାରଣ ଜନତା । ଖାଲି ସେତିକି ନୁହେଁ ବରଂ ଲୋକ କହିବାକୁ ଲାଗିଲେଣି ଯଦି ତୁରନ୍ତ ସମସ୍ୟାର ସମାଧାନ ନ ହୁଏ ସରକାରଙ୍କୁ ଯେମିତି ଗାଦିରେ ବସାଇଥିଲୁ ସେମିତି ଗାଦିରୁ ହଟାଇବୁ । ଗୋଟିଏ ପଟେ ମୋହନଙ୍କ ଅପାରଗତା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ସାଧାରଣ ଜନତା ଖପ୍ପା ହୋଇ ରହିଛନ୍ତି । ଏତେ ଅବ୍ୟବସ୍ଥା ଭିତରେ ସାଧାରଣ ଜନତାଙ୍କ ମନକିଣିବାରେ ଏ ସରକାର ସଫଳ ହୋଇପାରୁଛି ନା ନାହିଁ ତାହାର ଅପେକ୍ଷା ।