କିଛି ମାନିଲେନି ମୋଦି ନବୀନ ନିବାସ ଆଗରେ ରୋଡ ସୋ କଲେ । ସବୁଜ ରଙ୍ଗକୁ ଉପାଡି ଫୋପାଡି ଦେଲେ ଗେରୁଆ ରଙ୍ଗ ଲଗାଇଲେ । ନବୀନ ନିବାସ ଆଗରେ ମୋଦିଙ୍କୁ ଦେଖିବା ପାଇଁ ଭିଡ ଜମିଲା । ମୋଦି ସରକାର ଜିନ୍ଦାବାଦ ନାରାରେ କମ୍ପିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର । ହଁ ଆଜ୍ଞା ତିନିଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନରେ ଏୟାରପୋର୍ଟରେ ପହଞ୍ଚିବା ପରେ ନବୀନ ନିବାସ ଦେଇ ବିଜେପି ପାର୍ଟି ଅଫିସ ଯାଇଥିଲେ ବିଜେପି ହାଇକମାଣ୍ଡ ।
ତେବେ ଚର୍ଚ୍ଚା ଯେଉଁ ନବୀନ ନିବାସ ଆଗରେ ଦିନେ ପୋଲିସ ଛାଉଣି ରହୁଥିଲେ ସେଠାରେ ମୋଦିଙ୍କ ପାଇଁ ହୋଇଛି ବ୍ୟାରିକେଡ । ନବୀନ ନିବାସ ଆଗରେ ନା ହେଉଥିଲା କିଛି ସଭା ନା ହେଉଥିଲା ସମାବେଶ । ପୋଲିସ କମାଣ୍ଡୋଙ୍କ ତୀକ୍ଷ୍ମ ନଜରରେ ରହୁଥିଲା ନବୀନ ନିବାସ । ହେଲେ କ୍ଷମତାରୁ ହଟିବା ପରେ ବଦଳିଯାଇଛି ସବୁକିଛି । ନବୀନଙ୍କ ଘର ସାମ୍ନାରେ ଲାଗିଛି ବିଜେପି ପତାକା । ଖାଲି ସେତିକି ନୁହେଁ ବରଂ ଓଡିଶା ଆସିବା ପରେ ଭରା ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦିଙ୍କ ଏପରି ଭାଷଣ ଓ ନବୀନ ନିବାସ ଆଗରେ ରୋଡ ସୋ ପରେ ମୁହଁ ଖୋଲିଛି ବିଜେଡି । ବିଜେଡିର ବରିଷ୍ଠ ନେତା ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ନ କହି ନ କହି ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି କଡା ଟାର୍ଗେଟ । ତେବେ ମୋଦିଙ୍କ ଏହି ସଭା ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।