ରାଗ ତମତମ ମୋଦି ଏବେ ମୋହନ କରିବେ କଣ ?

ରାଗ ତମତମ ମୋଦି ଏବେ ମୋହନ କରିବେ କଣ ?
  • ଭାଇରାଲ ହେଉଛନ୍ତି ମୋହନ ମାଝୀ ସହିପାରୁନାହାନ୍ତି ମୋଦି !
  • ମୋଦିଙ୍କୁ ପଡିଳା ଭାଳେଣି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରୁଛନ୍ତି ଜନତା !
  • ପୁଣି ଧାଇଁବେ ଓଡିଶା ମୋହନଙ୍କୁ କରିବେ କି ତାଗିଦ ?

ଦେଖିଲେ ତ ଆଜ୍ଞା ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଯାହା ଏବେ ଦିଲ୍ଲୀ ଦରବାରରେ ଚର୍ଚ୍ଚା ହେଲାଣି । କେତେବେଳେ ମଞ୍ଚ ଉପରେ ବସି ମୁଣ୍ଡ କୁଣ୍ଡାଉଛନ୍ତି ତ ଆଉ କେତେବେଳେ ଭାଷଣ ମଝିରେ ଖାଇବା ତିଆରି ହେଲାଣି କି ନାହିଁ ପଚାରି ହଟ୍ଟହଟ୍ଟା ହେଉଛନ୍ତି । ଯାହା ଏବେ ମୋଦିଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲା କିନ୍ତୁ ଡବଲ ଇଞ୍ଜିନ ସରକାରର ଶାସନ ବ୍ୟବସ୍ଥାକୁ ନେଇ ଓଡିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି । କାହିଁକିନା ବିଜେପି ମୋହନ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀର ମୋହର ମାରିସାରିବା ପରେ ରାଜ୍ୟର ଶାସନ ଭାର ଗ୍ରହଣ କରିଛନ୍ତି ମୋହନ ମାଝୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଏମିତି ଯେ ସେ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଭାରତୀୟ ଜନତା ପାର୍ଟି ଉପରୁକୁ ଆଙ୍ଗୁଠି ଉଠାଉଛି । ବାରମ୍ୱାର ଓଡିଶା ଗସ୍ତରେ ଆସି ମୋଦି ଦଳୀୟ କର୍ମୀ ନେତା ମନ୍ତ୍ରୀମାନଙ୍କୁ ଯେତେ ମନ୍ତ୍ର ଦେଲେ ବି ତାହା କାମ କରୁନାହିଁ ବରଂ ଯଥା ପୂର୍ବଂ ତଥା ପରଂ । ବାରମ୍ୱାର ହଟ୍ଟହଟ୍ଟା ହେଉଛନ୍ତି ମୋହନ ।

ତେବେ ପୂର୍ବରୁ ଡିଜିପି ସମ୍ମିଳନୀ ପାଇଁ ତିନିଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରେ ଯୋଗଦେବା ସହ ନିଜ ଦଳର ସମସ୍ତ ନେତୃବୃନ୍ଦଙ୍କୁ କର୍ଣ୍ଣମନ୍ତ୍ର ଦେଇ ଯାଇଥିଲେ କିନ୍ତୁ ଯାହାକୁ ପାଳନ କରିବାରେ ବୋଧହୁଏ ପଛରେ ପଡିଯାଇଛି ଭାରତୀୟ ଜନତା ପାର୍ଟି । ତେବେ ଆସନ୍ତା 8 ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଆସୁଛନ୍ତି ସତ କିନ୍ତୁ ମୁଖ୍ୟ ମୁଦ୍ଧା ହେଲା ମୋହନଙ୍କୁ ତାଗିଦ କରିବା । ତେବେ ଯେଉଁ ଉଦ୍ଧେଶ୍ୟ ନେଇ ପୁଣିଥରେ ମୋଦି ଓଡିଶା ଆସିବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *