ରାଗ ତମତମ ମୋହନ !

ରାଗ ତମତମ ମୋହନ !

ରାଗ ତମତମ ମୋହନ । ମୁଖ୍ୟମନ୍ତ୍ରୀଙ୍କୁ ବେଖାତିର ପଡିବ ମହଙ୍ଗା । ହଁ ଆଜ୍ଞା, ଏଭଳି କିଛି ଭରା ସଭାରେ କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ହେଉଥିବା ଅବ୍ୟବସ୍ଥାକୁ ନେଇ ନିଜେ ମୁହଁ ଖୋଲିଛନ୍ତି ମୋହନ । କିପରି ସରକାରୀ ଅଧିକାରୀମାନେ ମୋହନଙ୍କ ଭାଷଣ ଚାଲୁଥିବା ବେଳେ ଟିଭି ବନ୍ଦ କରି ଲୋକଙ୍କୁ ଚାଲିଯିବାକୁ କହୁଛନ୍ତି ସେନେଇ ମୁହଁ ଖୋଲିବା ସହ ଅଧିକାରୀଙ୍କୁ ତାଗିଦ୍ କରିଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏପଟେ ମୋହନଙ୍କ ଏ ଭାଷଣ ପରେ ବିରୋଧୀ ଏହାକୁ କଟାକ୍ଷ କରିଛନ୍ତିା ବିଜେଡି ନେତା ଲେନିନ୍ ମହାନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅସହାୟତାକୁ ନେଇ ପ୍ରଶ୍ନ କରିଛନ୍ତିା ମୁଖ୍ୟମନ୍ତ୍ରୀ ଅସହାୟ ହେଲେ ରାଜ୍ୟବାସୀ କାହାକୁ ଭରଷା କରିବେ ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ । ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିକାଶର କାମ ତ୍ୱରାନ୍ୱିତ ହୋଇପାରୁନଥିବା ସ୍ୱୀକାର କରିବା ସହ ଅଧିକାରୀ ମାନେ ତାଙ୍କୁ ଅବମାନନା କରୁଥିବା ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଲେନିନ୍ ସେହି ଅଧିକାରୀମାନଙ୍କ ବିରୋଧରେ ମୋହନ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିବା ସହ ମୋହନ ନିଜ ନେତୃତ୍ୱର ପରିଚୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *