ରାଗ ତମତମ ମୋହନ..ବିଜେପିରୁ ବିଦା ହେବେ ଏହି ଦୁଇ ନେତା !

ରାଗ ତମତମ ମୋହନ..ବିଜେପିରୁ ବିଦା ହେବେ ଏହି ଦୁଇ ନେତା !

ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଗୋଷ୍ଠୀ କନ୍ଦଳ । ଦୁଇ ନେତାଙ୍କ ପାଇଁ ବାରମ୍ୱାର ବଦନାମ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଆଜ୍ଞା ବିଜେପିର ଦୁଇ ନେତାଙ୍କ ବୟାନବାଜି ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜଣେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତ ଅନ୍ୟଜଣେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ରାସନ କାର୍ଡ ଓ ଆଳୁ ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କେଉଁଭଳି ବୟାନବାଜି କରନ୍ତି ତାହା ତ ସମସ୍ତଙ୍କୁ ଜଣା । ଆଉ ବର୍ତ୍ତମାନ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସମୟରେ ବିଜେପିର ବରିଷ୍ଠ ବିଦାୟକ ଜୟନାରାୟଣ ମିଶ୍ର ବସି ରହିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । କିନ୍ତୁ ସରକାରକୁ ଠିକ ଭାବରେ ଗତିଶୀଳ କରାଇପାରୁନାହାନ୍ତି ମୋହନ ସରକାର । ଦିଲ୍ଲୀରୁ ରିମୋର କଣ୍ଟ୍ରୋଲ ହୋଇ ରହୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ମୁହଁ ଉପରେ ବିଧାୟକ ଓ ମନ୍ତ୍ରୀମାନେ ପ୍ରଶ୍ନ କରୁଛନ୍ତି କିନ୍ତୁ କିଛି କରିପାରୁନାହାନ୍ତି ମୋହନ ମାଝୀ ।

ଓଡିଆ ଅସ୍ମିତା କହି ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲା କିନ୍ତୁ ସେହି ବିଜେପି ନେତା ଏବେ ଓଡିଆ ଅସ୍ମିତାକୁ ଅପମାନ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ସବୁ ଜାଣି ଶୁଣି ଚୁପ ବସିଛନ୍ତି ରାଜ୍ୟ ମୁଖିଆ । ସେପଟେ ଭାରତୀୟ ଜନତା ପାର୍ଟିରେ ଅସନ୍ତୋଷ ଏତେ ବଢିଯାଇଛି ଯେ ଏପର୍ଯ୍ୟନ୍ତ ରାଜ୍ୟ ସଭାପତି ଅଙ୍କ ଛିଡିପାରୁନାହିଁ । ନିଗମ ଓ ବୋର୍ଡ ଅଧକ୍ଷ ନିଯୁକ୍ତିରେ ମଧ୍ୟ ବିଳମ୍ୱ ହେୁଛି । ସରକାରକୁ ନଅମାସ ବିତିଯାଇଛି ହେଲେ ଭାରତୀୟ ଜନତା ପାର୍ଟିରେ କିଛି ଠିକ ନଥିବା ଅଭିଯୋଗ ହୋଇଛି । ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟ ସଭାପତି ଚୟନ ହେବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଫେବୃୟାରୀ ଯାଇ ମାର୍ଚ୍ଚ ଅଧା ହୋଇଗଲା ବିଜେପିର ରାଜ୍ୟ ସଭାପତି ଚୟନ ହୋଇପାରୁନଥିବା ବେଳେ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ମୋହନଙ୍କ ଅଡୁଆ ବଢାଇଥିବା ବେଳେ ଏହି ଦୁଇ ନେତାଙ୍କ ବିରୋଧରେ ଏବଂ ନିଜ ଦଳକୁ ଆୟତ୍ତ କରିବା ପାଇଁ କି ନିଷ୍ପତ୍ତି ନେଉଛନ୍ତି ମୋହନ ସରକାର ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *