ରାଜଧାନୀ ଭୁବନେଶ୍ବରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଛି ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭ । ମଙ୍ଗଳବାର ଉଦଘାଟନୀ ସମାରୋହରେ ମଣିପାଲ ୟୁନିଭରସିଟିର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। ପୁସ୍ତକ ଦୁଇଟି ହେଉଛି ’ହେଲଥ କମ୍ୟୁନିକେସନ’ ଏବଂ ’ଗାଁ କଥା’ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ୍ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତ୍ରରେ କାମ କରୁଥିବା ଛାତ୍ରାଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ।

You can share this post!
author
Related Articles
ପୁଣି ହାରିଯିବ ବିଜେପି !
- May 28, 2025
ପ୍ରଦୀପଙ୍କ ଲେଖା ଛିଡାଇଲେ ବାହୁବଳୀ !
- May 28, 2025