ରାଜଧାନୀରେ ଫେକ୍ କଲ୍ ସେଣ୍ଟର; ରିମାଣ୍ଡରେ ଗଲେ ଅଭିଯୁକ୍ତ

ରାଜଧାନୀରେ ଫେକ୍ କଲ୍ ସେଣ୍ଟର; ରିମାଣ୍ଡରେ ଗଲେ ଅଭିଯୁକ୍ତ

ରିମାଣ୍ଡରେ ଯିବେ ରାଜଧାନୀରେ ଫେକ୍ କଲ୍ ସେଣ୍ଟର କରି ଲୋକଙ୍କୁ ଠକି ଥିବା ୬ ଅଭିଯୁକ୍ତ । ଭୁବନେଶ୍ୱର କୋର୍ଟରୁ ଅନୁମତି ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ପୁଲିସ । ଏହାସହ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ଘର କୋଲକାତା ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ ଫେକ୍ କଲ୍ ସେଣ୍ଟର କରି ଫେକ୍ କଲ୍ ସେଣ୍ଟର କରି ଅଭଯୁକ୍ତମାନେ ଓଡ଼ିଶା ସହ ସମଗ୍ର ଦେଶରେ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ୍ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନ ଲଗାଇଥିବା ଜଣାଯାଇଛି। ତେଣୁ ଏମାନେ କେତେ ଲୋକଙ୍କୁ ଫେକ୍ କଲ୍ ମାଧ୍ୟମରେ ଠକିଛନ୍ତି, ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରାଯାଇଛି। କମିଶନରେଟ୍ ପୁଲିସ ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ କରିବ।

author

Related Articles

Leave a Reply

Your email address will not be published. Required fields are marked *