ରାଜଧାନୀ ଦିଲ୍ଲୀର ସ୍ଥିତି ଅସମ୍ଭାଳ

ରାଜଧାନୀ ଦିଲ୍ଲୀର ସ୍ଥିତି ଅସମ୍ଭାଳ

ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢୁଛି ଚିନ୍ତା । ରାଜଧାନୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ । ଦିନକୁ ଦିନ ଦିଲ୍ଲୀର ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ  ବିଦ୍ୟାଳୟକୁ ଦୁଇଦିନ ବନ୍ଦ ରଖିବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଅନଲାଇନରେ ପାଠପଢା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଛନ୍ତି । ଏଥିସହିତ ରାଜଧାନୀ ଭିତରକୁ ଡିଜେଲ ଗାଡି ଗୁଡିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟ ନ ଆସି ଅନଲାଇନ କ୍ଲାସ ମାଧ୍ୟମରେ ପାଠ ପଢିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବାୟୁର ମାନ ଗୁରୁତର ହୋଇଥିବାରୁ ଏଥିପ୍ରତି କେଉଁ ନିଷ୍ପତ୍ତି ନିଆଯିବ ସେ ନେଇ ଗୁଣବତ୍ତା ଆୟୋଗ ପକ୍ଷରୁ ନୋଟିସ ଜାରି ହୋଇଛି । ଲଗାତାର ତିନି ଦିନ ଧରି ଦିଲ୍ଲୀରେ ବାୟୁର ଗୁଣବତ୍ତା ଗୁରୁତର ହେତୁ ଧୂଆଁମୟ କୁହୁଡି ଦେଖିବାକୁ ମିଳିଥିଲା । ଆଗକୁ ଦିଲ୍ଲୀର ପ୍ରଦୂଷଣ ଆହୁରି ଅଧିକା ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *