ହଁ ଆମେ ଦିବ୍ୟାଙ୍ଗ ହେଲେ ଆମେ କାହା ଉପରେ ନିର୍ଭର ନୁହଁ । ମୁଖ୍ୟମନ୍ତ୍ରୀ କୁଆଡେ ସମସ୍ତଙ୍କ ଦୁଃଖ ଶୁଣନ୍ତି ଆମ ଦୁଃଖ ଶୁଣିବେ ତ । ଆମେ 5 ଦିନ ହେବ ଠିକ ସେ ନ ଖାଇ ନ ପିଇ ଏଇ ଗୋଟିଏ ଟ୍ରାଇ ସାଇକେଲରେ ଗଞ୍ଜାମରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିଛୁ । ଆଉ ଏଠି ପହଞ୍ଚି ଦେଖିଲା ବେଳକୁ ମୁଖ୍ୟମନ୍ତ୍ରୀ ନାହାନ୍ତି । ଆଜିକୁ ପାଞ୍ଚ ରୁ ଛଅ ଦିନ ହେବ ଆମେ ଘରଠାରୁ ଦୂରରେ । କିଛି ବ୍ୟବସାୟ କରି ବାକି ଜୀବନ କାଟିବାକୁ ଆମେ ଭାବିଛୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆମକୁ ଦରକାର ।
ହଁ ଆଜ୍ଞା ମନରେ ଅଦମ୍ୟ ସାହାସ ଓ ଭବିଷ୍ୟତ ପାଇଁ ଦୁଇ ଦିବ୍ୟାଙ୍ଗଙ୍କ ସୁନେଲି ସ୍ୱପ୍ନ । ଆଉ ସେ ସ୍ୱପ୍ନ ପୂରଣ ପାଇଁ 200 କିଲୋମିଟରରୁ ଉର୍ଦ୍ଧ୍ୱ ସାଇକେଲରେ ଯାତ୍ରା । ଗଞ୍ଜାମରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣେଇବା ପାଇଁ ବାହୁଡି ଆସିଛନ୍ତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ଟୁନା ଓ ନିବାସୀ । ଜଣେ ଦେଖିପାରନ୍ତି ନାହିଁ ଓ ଅନ୍ୟଜଣେ ଚାଲି ପାରନ୍ତି ନାହିଁ କିନ୍ତୁ ତଥାପି ଚାହାନ୍ତି ନିଜେ ସ୍ୱାବଲମ୍ୱୀ ହୋଇ ସ୍ୱାଭିମାନର ସହ ବଞ୍ଚିବା ପାଇଁ । ପରସ୍ପରର ସାହାରା ହୋଇ ଦୀର୍ଘ 15 ହେବ ଏମାନଙ୍କର ବନ୍ଧୁତା । ନା କାହାକୁ ସାହାଯ୍ୟ ମାଗୁଛନ୍ତି ନା ଭିକ ମାଗୁଛନ୍ତି ସ୍ୱାବଲମ୍ୱୀ ହୋଇ ବଞ୍ଚିବା ପାଇଁ ସୂଦୁର ଗଞ୍ଜାମରୁ ଧାଇଁ ଆସିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ନିଜର ଦୁଃଖ ଜଣାଇବେ ଏବଂ ସ୍ୱାଭିମାନର ସହ ବଞ୍ଚିବା ପାଇଁ କିଛି ସାହାଯ୍ୟ ମାଗିବା ପାଇଁ ଧାଇଁ ଆସିଛନ୍ତି ଏହି ଦୁଇ ବନ୍ଧୁ । ନିଜର ଛୋଟ ଦୋକାନ ଟିଏ କରି ଦୁହେଁ ଦୁହିଁଙ୍କ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ଛୋଟ ଦୋକାନଟିରେ କୌଣସି ସମସ୍ୟା ଦେଖାଯିବା ହେତୁ ଦୁହେଁ ମୋହନ ମାଝୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ସୂଦୁର ଗଞ୍ଜାମ ରାଜଧାନୀକୁ ଧାଇଁ ଆସିଛନ୍ତି ।
ଟୁନା ଓ ନିବାସୀ ଦୁହେଁ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅନାଇ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ଓଡିଶା ବାହାରେ ରହିଛନ୍ତି । ତେବେ ଏହି ଦୁଇ ଦିବ୍ୟାଙ୍ଗଙ୍କ ସମସ୍ୟାର ସମାଧାନ କରି ତାଙ୍କୁ ସହାୟତା କରିବାରେ କେତେ ସଫଳ ହେଉଛନ୍ତି ମୋହନଙ୍କ ସରକାର ତାହା ଦେଖିବାକୁ ଅପେକ୍ଷା ।