ରାଜଭବନ କମ୍ପାଇବ ବିଜେଡି!

ରାଜଭବନ କମ୍ପାଇବ ବିଜେଡି!

ବିଧାନସଭା ପରେ କମ୍ପିବ ରାଜଭବନ । ରାଜଭବନ ଆଗରେ ତୀବ୍ର ଆନ୍ଦୋଳନ କରିବ ବିରୋଧୀ ବିଜେଡି । ହଁ ଆଜ୍ଞା, ପୁଣି ଏକ ବଡ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ମୋହନ ସରକାରଙ୍କୁ ଆଉ ଏକ ପ୍ରସଙ୍ଗରେ ଅକଳରେ ପକାଇବାକୁ ଯୋଜନା ଚାଲିଛି । ରାଜ୍ୟର ଏସଇବିସି ବଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାର ରାଜ୍ୟ ବିଜେପି ସରକାରଙ୍କ ଘୋଷଣା ଓ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ରାଜ୍ୟ ସରକାରଙ୍କ ଦାବିକୁ ବିଜୁ ଜନତା ଦଳ ଏକ ଧୋକା ଓ ପ୍ରବଞ୍ଚନା ବୋଲି କହିଛନ୍ତି । ଏସଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ ହେବା ନେଇ ଘୋଷଣା ହୋଇଛି ।

ତେବେ ସଂରକ୍ଷଣକୁ ନେଇ ବିଧାନସଭା ଅଧିବେଶନ ସମୟରେ ମୂଲତବୀ ପ୍ରସ୍ତାବ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ବିଜେଡି ନେତାମାନେ ଧାରଣା ଦେଇଥିଲେ । ଆଉ ଏବେ ପୁଣି ଥରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ସରକାର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ରଖାଯାଇଛି , ସେହି ଶିକ୍ଷାନୁଷ୍ଠାନ ଗୁଡିକରେ ସିଟ୍ ଖାଲି ପଡୁଛି । ତଥାପି ସେହିସ୍ଥାନ ଗୁଡିକରେ ରିଜରଭେସନ ରଖିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ କ୍ରମାଗତ ୨୪ ବର୍ଷ ଧରି ବିଜେଡି ସରକାରରେ ଥିଲା । ହେଲେ ଓବିସି ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ନ୍ୟାୟ ଦେଇପାରିଲେନି । ହେଲେ ଏବେ ସରକାରରୁ ଗଲା ପରେ ଦରଦ ଦେଖାଉଥିବାରୁ ଏହାକୁ ନେଇ ଓଲଟା ବିଜେଡିକୁ ସମାଲୋଚନା କରାଯାଉଛି । ମୋହନ ମାଝୀଙ୍କ ସରକାର ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେବା ପରେ ବିଜେଡି ଚିହିଙ୍କି ଉଠିବାକୁ ନେଇ ବିଜେଡିକୁ ବି ପ୍ରଶ୍ନ ଉଠୁଛି । ତେବେ ଦେଖାଯାଉ ସଂରକ୍ଷଣକୁ ନେଇ ରାଜ୍ୟରେ ଯେଉଁ ରାଜନୈତିକ ଝଡ ଉଠିଲାଣି ତାହା କେବେ ଶାନ୍ତ ହେଉଛି ଏବଂ ଏସଇବିସି ଓ ଓବିସି ବର୍ଗଙ୍କୁ ନ୍ୟାୟ ମିଳୁପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *