ରାଜ୍ୟରେ ଅଛନ୍ତି ନକଲି ଚାଷୀ !

ରାଜ୍ୟରେ ଅଛନ୍ତି ନକଲି ଚାଷୀ !

ଧରା ହେବେ ରାଜ୍ୟରେ ଥିବା ନକଲି ଚାଷୀ । ନକଲି ରାସନ ହିତାଧୀକାରୀଙ୍କ ଭଳି ନକଲି ଚାଷୀଙ୍କୁ ବି ବାଜିବ ସରକାରଙ୍କ ଛାଟ । ଏଥିପାଇଁ ପୁଣି ଥରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ । ରାଜ୍ୟରେ ନକଲି ଚାଷୀ ଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ବୟାନ ପରେ ଆଉ ଥରେ ପ୍ରକୃତ ଚାଷୀଙ୍କ ତାଲିକା ପ୍ରସ୍ତୁତ ହେବା ନେଇ ସୂଚନା ମିଳିଛି । ଏପରିକି ରାଜ୍ୟରେ କେତେ ଜଣ ପ୍ରକୃତ ଚାଷୀ ଅଛନ୍ତି ତାହା ଜାଣିବା ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ରାସନ କାର୍ଡ଼ରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ତେଣୁ ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଅନେକ ଅଯୋଗ୍ୟ ଥିବା ନେଇ ମନ୍ତ୍ରୀ ଆଶଙ୍କା ପ୍ରକଟ କରିଛନ୍ତି । ଏବଂ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *