ରାଜ୍ୟରେ ଅସହ୍ୟ କରୁଛି ଶୀତ । ଶୀତରେ ଥରୁଛି ସାରା ଓଡିଶା । ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ମେଘମୁକ୍ତ ରହିଥିବାରୁ ଶୀତର ପ୍ରକୋପ ପୁଣି ବଢିଯାଇଛି । ଓଡିଶାର କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରିରେ 4ଡିଗ୍ରୀ,ଫୁଲବାଣୀରେ 6.5 ଡିଗ୍ରୀ ଓ ଦାରିଙ୍ଗବାଡିରେ 8ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଟ୍ୱିନସିଟି କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ ।ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି । ସେହିପରି ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025