ରାଜ୍ୟରେ କଲବଲ କରୁଛି ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏହା ପରେ ମାଲକାନଗିରିର ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ । ୩୮.୭ ରହିଥିଲା ପାରଦ। ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ସେପଟେ ତାତି ବଢିଥିଲେ ବି କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ସେହିପରି ୧୭ ତାରିଖରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

You can share this post!
author