ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ମାମଲା

ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ମାମଲା


ସାରା ରାଜ୍ୟରେ ଏବେ ଦ୍ରୁତଗତିରେ ବଢିବାକୁ ଲାଗିଲାଣି ସ୍କ୍ରବ ଟାଇଫସ ମାମଲା । ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ଏହି ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଦେଖିବାକୁ ମିଳୁଛି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି । ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରୀ ମାସରେ ପ୍ରଥମ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା ।

କିନ୍ତୁ ଅଗଷ୍ଟ ମାସରୁ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁଛି। ସୂଚନାନୁସାରେ, ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଦିନ ମୋଟ୍ ୪୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅର୍ଥାତ୍, ଆଜି ଜିଲ୍ଲାରେ ପଜିଟିଭ୍ ହାର ୨୭.୦୨% ରହିଛି। ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ଏହି ସ୍କ୍ରବ ଟାଇଫଓ ମାମଲା ବଢୁଥିବାରୁ ଏବେ ଚିନ୍ତାରେ ରାଜ୍ୟ ସରକାର । କିଭଳି ରୋଗୀ ମାନଙ୍କର ଚିକିତ୍ସା କରାଯାଇପାରିବ ସେଥିନେଇ ତତ୍‌ପର ଅଛନ୍ତି ଜିଲ୍ଲା ସରକାର ।

author

Related Articles

Leave a Reply

Your email address will not be published. Required fields are marked *