ଶିକ୍ଷାକୁ ଅଧିକା ଗୁରୁତ୍ୱ ଦେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ତିନିଦିନିଆ ଜାତୀୟ ଶିକ୍ଷାନୀତି କର୍ମଶାଳା । ରାଜ୍ୟରେ କେମିତି ଜାତୀୟ ଶିକ୍ଷାନୀତି ଲାଗୁ ହେବ ଏବଂ କଣ ସବୁ ନିୟମ ରହିବ ରୂପରେଖ କଣ ରହିବ ସେ ନେଇ ଆରମ୍ଭ ହୋଇଯାଇଛି କର୍ମଶାଳା । ଏହି ଦିନିଆ କର୍ମଶାଳାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ । ସୂରଜ । ଏହି କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ଆକ୍ଷେପ କରିଛନ୍ତି । ପୂର୍ବ ସରକାରରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉନଥିଲା । କିନ୍ତୁ ନୂଆ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି,ଶିକ୍ଷା ବ୍ୟବସ୍ଥାର ଦୃଧୀକରଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।

You can share this post!
author