ରାଜ୍ୟସଭାରେ ଉଠିବ ଏହି ସବୁ ପ୍ରସଙ୍ଗ,ମନ୍ତ୍ର ଫୁଙ୍କିଲେ ନବୀନ…

ରାଜ୍ୟସଭାରେ ଉଠିବ ଏହି ସବୁ ପ୍ରସଙ୍ଗ,ମନ୍ତ୍ର ଫୁଙ୍କିଲେ ନବୀନ…

ବିଜେଡି ନେତାଙ୍କ ସ୍ୱରରେ ପୁଣି କମ୍ପିବ ରାଜ୍ୟସଭା ଗୃହ । ସାଂସଦଙ୍କୁ ନବୀନ ଦେଲେ ମନ୍ତ୍ର, ପୁଣି ବିଜେଡି ସ୍ୱରରେ ହୁଲସ୍ତୁଲ ହେବ ରାଜ୍ୟସଭା । ହଁ ଆଜ୍ଞା, ଆଉ କିଛି ଦିନ ପରେ ଆରମ୍ଭ ହେବ ନୂତନ ବର୍ଷର ପ୍ରଥମ ରାଜ୍ୟସଭା ଅଧିବେଶନ । ଏଥିପାଇଁ ରେଡୀ ହେଲେଣି ବିରୋଧୀ । କିପରି ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ପ୍ରଶ୍ନବାଣରେ ଘାଇଲା କରିବେ ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏଥିପାଇଁ ବିଜେଡି ରେଡୀ ଥିବା କୁହାଯାଉଛି । କାରଣ ରାଜ୍ୟସଭାରେ ବିଜେଡିର କଣ ମୁଦ୍ଦା ରହିବ, କେଉଁ ସବୁ ପ୍ରସଙ୍ଗ ଉପରେ ଦଳ ଫୋକସ କରିବ ସେ ଉପରେ ନବୀନ ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇସାରିଛନ୍ତି । ବିଜେପି ଉତ୍କର୍ଷ ଓଡିଶା କାଯ୍ୟକ୍ରମରେ ବ୍ୟସ୍ତ ଥିବା ବେଳେ ନବୀନ ୭ ସାଂସଦଙ୍କୁ ଡାକି ବିଜେପିକୁ ଘାଇଲା କରିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିବା ସହ ରାମବାଣ ରେଡୀ କରିଛନ୍ତି । ଯାହାକୁ ଆଉ କିଛି ଦିନ ପରେ ବିଜେଡି ସାଂସଦମାନେ ରାଜ୍ୟସଭାରେ ପ୍ରୟୋଗ କରିବେ ବୋଲି ସୂଚନା ମିଳିଛି ।

ତେବେ ରାଜ୍ୟସଭାରେ କେନ୍ଦ୍ରର ସବୁ ଅବହେଳାକୁ ଅସ୍ତ୍ର କରିବା ସହ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳିବାକୁ ବଡ ପ୍ରସଙ୍ଗ କରି ସଂସଦରେ ସ୍ୱର ଉଠାଇବାକୁ ନବୀନ ଆହ୍ୱାନ ଦେଇଛନ୍ତି । ମହାନଦୀ, ପୋଲାଭରମ ପ୍ରସଙ୍ଗ ନେଇ ଓଡିଶା ପାଇଁ ନ୍ୟାୟ ଦାବିକୁ ଆହୁରି ତେଜିବାକୁ ସାଂସଦଙ୍କୁ ସୂତ୍ର ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏହା ସହ କୃଷକଙ୍କ ଆୟ ଦୁଇ ଗୁଣା କରିବା ସହ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଆଧାରରେ ଚାଷୀଙ୍କୁ ଦୁଇ ଗୁଣା ଏମଏସପି ମିଳିବା ଦରକାର ଏବଂ ଧାନ କୁଇଣ୍ଟାଲ ପିଛା ୪୬୦୦ ଟଙ୍କା ଏମଏସପି ଦାବି କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ତେବେ ନିକଟରେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି ପ୍ରସଙ୍ଗ ନେଇ ବିଜେଡି ବିକ୍ଷୋଭକୁ ଓହ୍ଲାଇଥିଲା । ଆଉ ଏବେ ସମାନ ପ୍ରସଙ୍ଗ ରାଜ୍ୟସଭାରେ ବି ଉଠାଇବାକୁ ନବୀନ ନିଷ୍ପତ୍ତି ନେଇଛନ୍ତି ।

ତେବେ ପୂର୍ବ ରାଜ୍ୟସଭା ଅଧିବେଶନ ଗୁଡିକରେ ବିଜେଡି ନେତାମାନେ ଗୃହରେ ହଙ୍ଗାମା କରୁଥିବା ଏବଂ ବିଜେଡି ସାଂସଦଙ୍କ ସ୍ୱରରେ ଶାସକ ଦଳ ଘାଇଲା ହେଉଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ପୁଣି ସମାନ ରୂପରେ ଗୃହକୁ ପ୍ରବେଶ କରିବାକୁ ଯାଉଛନ୍ତି ବିଜେଡି ନେତା । ତେବେ ଦେଖାଯାଉ ରାଜ୍ୟସଭା ଅଧିବେଶନରେ ବିଜେଡି ନେତାଙ୍କୁ ନବୀନ ଦେଇଥିବା ଫର୍ମୁଲା କେତେ କାଯ୍ୟକାରୀ ହେଉଛି ଏବଂ ଶାସକ ଦଳ ଉପରେ ଏହାର ପ୍ରଭାବ କିପରି ପଡୁଛି ଏବଂ କେଉଁ ପରିବର୍ତନ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *