ଆଉ କିଛି ଦିନ ପରେ ପୁଣି କମ୍ପିବ ରାଜ୍ୟସଭା । ରାଜ୍ୟସଭାରେ ଓଡିଶାର ହକ୍ ପାଇଁ ଲଢେଇ କରିବେ ବିଜେଡିର ୭ ରାଜ୍ୟସଭା ସାଂସଦ । ଏଥିପାଇଁ ସଜେଇ ହେଲାଣି ବିଜୁ ଜନତା ଦଳ । ରାଜ୍ୟସଭାରେ ନେତାଙ୍କ ଆଭିମୁଖ୍ୟ କଣ କଣ ରହିବ, କେଉଁ ପ୍ରସଙ୍ଗ ଉପରେ ଫୋକସ ଦେବେ ସେନେଇ ବିଜେଡି ସଭାପତି ସାଂସଦଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି । ଆସନ୍ତା ୨୮ ତାରିଖରେ ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି।

You can share this post!
author