ହଁ ଦର୍ଶକବନ୍ଧୁ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ଧୀରେ ଧୀରେ ସୃଦୁଢ ହେବାରେ ଲାଗିଛି ବିଜେପିର ଗଡ । ବିଜେଡିର ଅସନ୍ତୁଷ୍ଟ ନେତା ବିଜେପିକୁ ଡିଆଁ ମାରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ବିଜେପିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଜିଲ୍ଲା ସଭାପତିଙ୍କ ଠାରୁ ଯେ ରାଜ୍ୟ ସଭାପତି ସମସ୍ତେ ପରିବର୍ତ୍ତନ ହେବେ । ଏନେଇ ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଚଳିତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ଗଢିବାରେ ରାଜ୍ୟସଭାପତି ମନମୋହନ ସାମଲଙ୍କର ଅଧିକ ଭୂମିକା ରହିଛି । ସେ ନିର୍ବାଚନରେ ହାରିଯାଇଥିଲେ ବିଜେପିରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ତେବେ ପ୍ରତି ଦୁଇ ବର୍ଷକୁ ଥରେ ରାଜ୍ୟସଭାପତି ଓ ଜିଲ୍ଲା ସଭାପତି ନିର୍ବାଚନ ହୋଇଥାଏ । ଯଦି ଦେଖିବା ରାଷ୍ଟ୍ରୀୟ ଅଧକ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟସଭାପତି ପଦବୀ ଚୟନ ହୋଇଥାଏ । ତେବେ ପ୍ରଥମେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇପାରେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନମୋହନଙ୍କ ଜାଗାରେ କାହାକୁ ବସାଇବେ ମୋହନ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ରେସରେ ଅନେକ ନେତାଙ୍କ ନାମ ରହିଛି । ବିଜେପିରେ ସମୀର ଦାସ ଓ ଜୟନାରାୟଣ ମିଶ୍ର ଦୁଇ ନେତାଙ୍କୁ ଏବେପର୍ଯ୍ୟନ୍ତ କୌଣସି ମୁଖ୍ୟ ଦାୟିତ୍ୱ ମିଳିନାହିଁ । ଯଦିଓ ଜୟନାରାୟଣ ମନ୍ତ୍ରୀ ପଦବୀ ପାଇଁ ଇଚ୍ଛୁକ ଥିଲେ ତା ସତ୍ତ୍ୱେ ମଧ୍ୟ ତାଙ୍କୁ ମିଳିନଥିଲା । ଅନ୍ୟପଟେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ସମୀର ଦାସଙ୍କର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିମାପଡାରେ ଜିତାଇବାରେ ପ୍ରମୁଖ ଭୂମିକା ରହିଛି । ରାଜ୍ୟ ସଭାପତି ରେସରେ ମନମୋହନଙ୍କ ସମେତ ଜୟନାରାୟଣ ମିଶ୍ରଙ୍କ ନାମ ଅଧିକ ଚର୍ଚ୍ଚାକୁ ଆସୁଛି । ତେବେ ଦେଖିବାକୁ ଅପେକ୍ଷା ମନମୋହନଙ୍କ ଜାଗାରେ କାହାକୁ ରାଜ୍ୟସଭାପତି ସିଟରେ ବସାଇବ ବିଜେପି ।

You can share this post!
author