ଆସନ୍ତା ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଫେବୃଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଏପ୍ରିଲ ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରୁଛି । ଏମାନଙ୍କ ସ୍ଥାନରେ କିଏ ରାଜ୍ୟସଭା ଯିବେ ତାକୁ ନେଇ ରାଜନୀତି ସରଗରମ ହେଲାଣି । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଘୋଷଣା ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସାଧାରଣ ନିର୍ବାଚନରେ ଯେଉଁ ବରିଷ୍ଠ ନେତା ଟିକେଟ୍ ପାଇନଥାନ୍ତି, ସେମାନଙ୍କୁ ରାଜ୍ୟସଭାକୁ ଆଣିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ ।

You can share this post!
author