ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳ ରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟ ରେ ବର୍ଷା ଲାଗିରହିଛି । ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି, ତଳମୁଣ୍ଡରେ ବର୍ଷା ହୋଇନାହିଁ ତେଣୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କେବଳ ବର୍ଷା ଯୋଗୁଁ ନଦୀରେ ପାଣି ଆସିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେହିପରି ହୀରାକୁଦ ଭିତରକୁ ୧ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି । ଆବଶ୍ୟକ ପଡ଼ିଲେ ଆଉ ୫ଟି ଗେଟ୍ ଖୋଲାଯାଇପାରେ । ସକାଳ ୯ଟା ସୁଦ୍ଧା ଖଇରମାଲ ଠାରେ ୧ଲକ୍ଷ ୨୭ ହଜାର କ୍ୟୁସେକ୍, ମୁଣ୍ଡଳୀ ଠାରେ ୯୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଆଜି ରାତି ସୁଦ୍ଧା ଖଇରମାଲରେ ୫ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ ବଂଶଧରା, ଇନ୍ଦ୍ରାବତୀରେ ଭଲ ବର୍ଷା ହୋଇଛି । ଯାହା ଜଳଭଣ୍ଡାରର ଅଭାବକୁ ପୂରଣ କରିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ଯେ ୨୪ଘଣ୍ଟା ପରେ ମୁଣ୍ଡଳୀରେ ସମାନ ମାତ୍ରାରେ ଜଳ ପ୍ରବାହିତ ହେବ ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025