ରାଣୀପଥର ଘାଟିରେ OSRTC ବସ୍ ଦୁର୍ଘଟଣା

ରାଣୀପଥର ଘାଟିରେ OSRTC ବସ୍ ଦୁର୍ଘଟଣା

କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଅନୁଗୁଳ ଅଭିମୁଖେ ଯାଉଥିବା OSRTC ସରକାରି ବସ୍ ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖି ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହେଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୪୫ଯାତ୍ରୀ। ଖବର ଅନୁସାରେ ଜଣା ପଡ଼ିଛି ଯେ ଫୁଲବାଣୀ ଠାରୁ ଅନୁଗୁଳ କୁ ଯାଉଥିବା OSRTC ଯାତ୍ରୀବାହୀ ବସ୍ OD19 C5420 ସକାଳ ୫ଟା ସମୟରେ ଯାଉଥିବା ବେଳେ ରାଣୀପଥର ଘାଟିର ଇଂରେଜ ଅମଳର ରାଣୀରାଜା କୂଅ ନିକଟ ବୁଲାଣି ଠାରେ ଭାର ସାମ୍ୟ ହରାଇ ରାସ୍ତାକଡ ୱାଲ ରେ ବାଡ଼େଇ ତଳକୁ ଓଲଟି ପଡ଼ି ଯାଇଥିଲା ଏଥିରେ ପାଖାପାଖି ୪୫ରୁ ଅଧିକ ଯାତ୍ରୀ ବସିଥିଲେ। ସମସ୍ତେ ଅଳ୍ପକେ ବର୍ତି ଯାଇଥିବାବେଳେ ୧୫ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବରପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଜିନିଷପତ୍ର ଉଦ୍ଧାର କରିଥିବା ବେଳେ ଆହତ ମାନଙ୍କୁ ନିକଟସ୍ଥ ପୁରୁଣା କଟକ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବୈଦ୍ୟନାଥ ବେହେରା ରାଣୀପଥର ଗ୍ରାମର ଯୁବକ ବିଶ୍ୱଜିତ୍ ବେହେରା, ଆସିଶିସ କୁମାର୍ ବେହେରା, ରାଜୁ ବେହେରା ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

author

Related Articles

Leave a Reply

Your email address will not be published. Required fields are marked *