ଆରେ ଆରେ ଇଏ କଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକୁ କାହିଁକି ଘେରିଗଲେ ଏତେ ସାରା ମୁସଲମାନ ଲୋକେ ? ଶଙ୍ଖଭବନରେ ଏତେ ସାରା ମୁସଲମାନ ଲୋକ କଣ କରୁଛନ୍ତି ? ତରବର ହୋଇ ଶଙ୍ଖଭବନ ବାହାରକୁ କାହିଁକି ଚାଲିଆସିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ? ଏ ଭିଡିଓ ସବୁ ଦେଖି ଆପଣଙ୍କ ମନରେ ମଧ୍ୟ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଥିବ । ହଁ ଦର୍ଶକବନ୍ଧୁ ଶନିବାର ସନ୍ଧ୍ୟାରେ ଶଙ୍ଖଭବନଠାରେ ଆୟୋଜିତ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲେ ଏବଂ ସେଠାରେ ଯୋଗଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ନବୀନ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଜମିଥିଲା । ସମସ୍ତେ ସେଠାରେ ମୁସଲମାନଙ୍କ ପରି ଟୋପି ପିନ୍ଧିଥିଲେ ଏବଂ ଖୋଦ ବିଜେଡି ସୁପ୍ରିମୋ ମଧ୍ୟ ଏଥିରୁ ବାଦ ପଡିନଥିଲେ ।
ମୁସଲମାନ ଭାଇଭଉଣୀ ମାନଙ୍କୁ ଇଦୁଲଫିତର ଶୁଭେଚ୍ଛା ଜଣାଇବା ସହ ମଞ୍ଚ ଉପରେ ନିଜର ଅଭିଭାଷଣ ରଖିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପଦବୀରେ ନଥିଲେ ସୁଦ୍ଧା ଇଫତାର ପାର୍ଟିରେ ଯେତିକି ନବୀନ ଫ୍ୟାନ୍ସଙ୍କ ଭିଡ ଜମିଥିଲା ତାହା ଏବେ ବି ପ୍ରମାଣ କରୁଛି ପୂର୍ବ ଅପେକ୍ଷା ନବୀନଙ୍କ ଲୋକପ୍ରିୟତା ଦ୍ୱିଗୁଣିତ ହୋଇଯାଇଛି । ମୁସଲମାନ ଭାଇ ଭଉଣୀମାନେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇଦୁଲଫିତରର ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟପଟେ ଶାସକ ଦଳର ନେତାମାନେ ନବୀନଙ୍କ ବାରମ୍ୱାର ଦିଲ୍ଲୀଗସ୍ତକୁ ନେଇ ନାନାଦି କାରଣ ସାମ୍ନାକୁ ଆଣୁଛନ୍ତି କିଏ କହୁଛନ୍ତି ନବୀନ ଇଣ୍ଡିଆମେଣ୍ଟର ହାତ ଧରିବେ ତ ଅନ୍ୟ କେଉଁ ବିଜେପି ନେତା କହୁଛନ୍ତି ନବୀନ ବିଜେଡିର ଅସ୍ତିତ୍ୱ ବଞ୍ଚାଇବାକୁ ଦିଲ୍ଲୀରେ ରଣନୀତି କରୁଛନ୍ତି । କିନ୍ତୁ ଶଙ୍ଖପତିଙ୍କ ଏହି ଭିଡିଓ ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ନବୀନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନେ କେତେ ଉତ୍ସାହିତ ଅଛନ୍ତି ଏବଂ ବିଜେଡି ମଧ୍ୟ ପୂର୍ବପରି ସଂଙ୍ଗଠିତ ହୋଇ ରହିଛି । ତେବେ ଏହି ଇଫତାର ପାର୍ଟିରେ ବିଜେଡିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ।