ରାତିଅଧରେ ଦିଲ୍ଲୀ ବାହାରିଲେ ମୋହନ…

ରାତିଅଧରେ ଦିଲ୍ଲୀ ବାହାରିଲେ ମୋହନ…

କିଛିଦିନର ବ୍ୟବଧାନ ପରେ ପୁଣିଥରେ ଅଚାନକ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ବିଜେପି ପାର୍ଟି ଅଫସିରେ ଧୁମଧାମରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ହୋଇସାରିବା ପରେ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ବାରମ୍ୱାର କେନ୍ଦ୍ରୀୟ ନେତୃତ୍ୱ ମାନେ ଓଡିଶା ଆସୁଛନ୍ତି ତ ପୁଣି କେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଯାଇ ଦିଲ୍ଲୀରେ ଡେରା ପକାଉଛନ୍ତି । ରାଜ୍ୟ ବିଜେପିର ରାଜ୍ୟ ସଭାପତି ଚୟନ ଓ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏବେ ବି ଅଧାରେ ଝୁଲି ରହିଛି । ଦଳ କ୍ଷମତାକୁ ଆସିବା ପରେ ଦଳରେ ରହିଥିବା ବରିଷ୍ଠ ନେତାଙ୍କ ମଧ୍ୟ ରାଜ୍ୟସଭାପତି ସିଟ୍ ପାଇଁ ଲବି ଆରମ୍ଭ ହୋଇଯାଇଛି ।

ଗୋଟିଏ ଦଳ ଭିତରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିବା କୁହାଗଲାଣି । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଗୋଟିଏ ପରୋ ଗୋଟିଏ ଆଚରଣ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ବ୍ୟଥିତ କରାଉଛି । କେତେବଳେ ନିଜ ଦଳୀୟ ନେତାଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି ତ ଅନ୍ୟକେତେବେଳେ ଥାନ ପୋଡିଦେବା ପାଇଁ ଆଇଆଇସିଙ୍କୁ ଧମକ ଦେଉଛନ୍ତି । ଯେଉଁକଥା ଓଡିଶାରୁ ଯାଇ ଦିଲ୍ଲୀରେ ମଧ୍ୟ ଚର୍ଚ୍ଚା ହେଲାଣି । ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ମଧ୍ୟ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ବାରମ୍ୱାର ଏହା ବାତିଲ ହେବା ସତ୍ତ୍ୱେ ତରବରିଆ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ ବହୁତ ଗୁଡିଏ ଶିଳ୍ପ ସଂସ୍ଥା ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବା ସହିତ ଏମଓୟୁ ସ୍ୱାକ୍ଷର କରିପାରନ୍ତି । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନିବେଶକଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଶିଳ୍ପକ୍ଷେତ୍ର ଉପରେ ଫୋକସ କରାଯାଇଛି ।

ତେବେ ଗୋଟିଏ ପଟେ ଓଡିଶାରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡିକ ସହିତ ଆଲୋଚନା କରିବେ ଏବଂ ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଓ ସଭାପତି ଚୟନ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା ମଧ୍ୟ ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *