ରାତିଏ ରହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ବିଦଳିଗଲା ଯାଜପୁରର ପାଣି ପାଗ . ଜୟ ନେଲେ ମୋହନ ରାଗରେ ଗରଗର ହେଲେ ବିଜେଡ଼ି କର୍ମୀ . କାରଣ ପୂର୍ବରୁ ନବୀନଙ୍କ ସରକାର ସମୟରେ ହୋଇଥିବା କାର୍ଯ୍ୟର ଶ୍ରେୟ ନେଲେ ମୋହନ . ଯାହାକୁ ଶୁଣିବାରେ ବିଜେଡ଼ି କର୍ମୀ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା . ତେବେ ନିକଟରେ ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅନେକ ପ୍ରକଳ୍ପ ଉଦଘାଟଣା ହୋଇଥିଲା . ବହୁ ଦିନ ପରେ ବ୍ୟାସ ସରୋବର ଉଦଘାଟନ କରିଥିଲେ ମୋହନ ମାଝୀ . ଏହାପରେ ସୁଭଦ୍ରା ଟଙ୍କାର ୪ର୍ଥ କିସ୍ତି ପ୍ରଦାନ କରିଥିଲେ . ପରେ ମେଡ଼ିକାଲ କଲେଜ ଓ ଜିଲ୍ଲା ମହୋତ୍ସବ ଯଯାତୀର ଉଦଘାଟନ କରିଥିଲେ . ଦୁଇ ଦିନିଆ ଗ୍ରସ୍ତରେ ଏହି ସବୁ ପ୍ରକଳ୍ପର ଉଦଘାଟନ ଜିଲ୍ଲା ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା . ବିଜେଡ଼ିର ଟାଣୁଆ ନେତା ବବି ଦାଶଙ୍କ ପ୍ରଭାବ ଥିବା ନିର୍ବାଚନ ମଣ୍ଡଳୀରେ ଏହି ସବୁ ପ୍ରକଳ୍ପର ଉଦଘାଟନ କରି ଏହାର ଶ୍ରେୟ ନେବା ବିଜେଡ଼ି କର୍ମୀ ମାନଙ୍କୁ ବାଧିଥିଲା .
ଅପରପକ୍ଷେ ବିଜେଡ଼ିର ଚିନ୍ତା ବଢ଼େଇ ଦେଇଛି ୨୦୨୪ ନିର୍ବାଚନ ଫଳାଫଳ . ନିର୍ବାଚନ ପରେ ବିଜେଡ଼ିର ଗଡ଼ କୁହାଯାଉଥିବା ଯାଜପୁରରେ ୪ଟି ନିର୍ବାଚନ ମଣ୍ଡଳରେ ଜିତିବା ସହ ଗୋଟିଏ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଓ ଗୋଟିଏ ବିଜେପି ସଂସଦ ପଦ ହାତକୁ ନେଇଥିଲା . ଯାହାପରେ ବିଜେଡ଼ିର ଗଡ଼ ପୁରା ଭୁଶୁଡ଼ିପଡ଼ିଥିଲା . ଆଉ ବିଜେପି ଯାଜପୁରରେ ପତିଆର ଜାହିର କରିଥିଲା .
ତେବେ ନିକଟରେ ଯାଜପୁର ଜିଲ୍ଲାର ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ମାଝୀ . ମୋଟ ୪୯୧.୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ମହାରାଜ ଯଯାତି କେଶରୀ ମେଡିକାଲ କଲେଜ ସହ ମେଡିକାଲ ପରିସରରେ ୧୬ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି . ଏଥି ସହିତ ପାଖାପାଖି ୧୨ କୋଟି ବ୍ୟୟରେ ଏମ ନର୍ସିଂ କଲେଜ ଏବଂ ୫୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯାଇଛି .ଏହି ପ୍ରକଳ୍ପ ମାଧମରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଆହୁରି ଉନ୍ନତ ହେବା ସହ ଜନ ସାଧାଣଣଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହୋଇପାରିବ .