ରାତି ଅଧାରେ ଫୁଟିଲା ବୋମା

ରାତି ଅଧାରେ ଫୁଟିଲା ବୋମା

ପୁଣି ଫୁଟିଲା ବୋମାମାଡ଼. ଅଶାନ୍ତ ହୋଇ ପଡିଛି ଗାଁ. ଭୟଭୀତ ଅଞ୍ଚଳବାସୀ. ଗାଁରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି. ତିନୋଟି ବୋମା ଉଦ୍ଧାର କରି ପୁଲିସ ଘଟଣାର ତଦନ୍ତ କରୁଛି. ତେବେ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ ପୁଣି ଅଶାନ୍ତ ହୋଇ ପଡିଛି. କୋଠ ହିସାବ ଏବଂ ପୂର୍ବ ବିବାଦକୁ କେନ୍ଦ୍ର କରି ଗ୍ରାମର ପୂର୍ବ ସାହି ଓ ବେଣୁସାହି ମଧ୍ୟରେ ବିବାଦ ଦେଖା ଦେଇଛି. ଦୁଇ ସାହି ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଉଭୟଙ୍କ ଗୋଷ୍ଠୀର ସଦସ୍ୟମାନେ ଫୁଲଟା ଗ୍ରାମରେ ଏକାଧିକ ବାର ବୋମାମାଡ କରିଥିବା ବେଳେ ଗତକାଲି ରାତିରେ ମଧ୍ୟ ଗ୍ରାମରେ ୩ଟି ବୋମାମାଡ଼ କରିଥିବା ଅଞ୍ଚଳବାସୀ କହିଛନ୍ତି. ପୂର୍ବ ସାହିର କେତେକ ବାସିନ୍ଦା ଉକ୍ତ ଫୁଲଟା ଗାଁ ସହ ସମ୍ପର୍କ ସ୍ଥାପନ କରିବାକୁ ନେଇ ଗଣ୍ଡଗୋଳ ଏବଂ ବୋମା ମାଡ଼ କରିଥିବା ଅଭିଯୋଗ କରିଛନ୍ତି. ଏପରିକି କେତେଜଣଙ୍କ ଘରର କବାଟ, ଗ୍ରିଲ, ବାଇକ ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି. ଆଉ କେତେଜଣ କିଛି ଭାଙ୍ଗୁଥିବା ସିସିଟିଭି ଭିଜୁଆଲରୁ ଜଣା ପଡିଛି ଘର ଆଗରେ ଦୁଇଟି ବୋମା ପଡିଲା. ଶବ୍ଦ ଶୁଣି ଭୟ ଲାଗିଲା. ଘରୁ ପଦାକୁ ବାହାରିବାକୁ ଭୟ ଲାଗୁଛି ବୋଲି କହିଛନ୍ତି ଘର ସମ୍ମୁଖରେ ବୋମା ପଡ଼ିଥିବା ପରିବାର କାଳିଆ ଶାସମଲ.ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ବର୍ତ୍ତମାନ ଉକ୍ତ ଗ୍ରାମରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି. ଗାଁ ରେ ଥାନା ଅଧିକାରୀ, ଏସ. ଡି. ପି. ଓ ଏବଂ ଅନ୍ୟ ପୁଲିସ କର୍ମଚାରୀ ପହଂଚି ଘଟଣାର ତଦନ୍ତ କରିଛନ୍ତି. ବୋମାକୁ ଜବତ କାରି ଅଧିକ ତଦନ୍ତ ଚାଲିଛି. ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରା ଯାଉଛି. ଘଟଣାରେ ସମ୍ପୃକ୍ତି ଥିବା ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ. ପି.

author

Related Articles

Leave a Reply

Your email address will not be published. Required fields are marked *