ଅଧା ରାତିରେ ଭୁଶୁଡ଼ିଲା ବ୍ରିଜ ଚାପି ହୋଇଗଲେ ୩ ଜଣ . ୧୫ ଦିନ ମଧ୍ୟରେ ତଦନ୍ତକରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ .୫ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୋହନ ସରକାର .ନିକଟରେ କଟକ ଖାନନଗରରରେ ବ୍ରିଜ ନିର୍ମାଣ ସମୟରେ ଗତ କାଲି ରାତିରେ ଘଟିଥିବା ଅଘଟଣରେ ୩ ଜଣଙ୍କ ଜୀବନ ଯାଇଛି . ଏହି ଖବର ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ . ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି . ଏହି ଘଟଣାରେ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି . ୧୫ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି .
ସେହିପରି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୋହନ ସରକାର . ତେବେ ଶନିବାର ସନ୍ଧ୍ୟାବେଳେ କଟକ ଖାନନଗରରେ ବ୍ରିଜ କାମ ଚାଲିଥିବା ବେଳେ ହଠାତ ବିଜ୍ରଟି କୈାଣସି କାରଣରୁ ଭୁଶୁଡି ପଡ଼ିଥିଲା . କାମ ଚାଲିଥିବା ବେଳେ ସ୍ଲାବ ଖସିପଡ଼ିବାରୁ ଏଥିରେ ୩ ଜଣଙ୍କ ଜୀବନ ଯାଇଛି ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି . ଗୁରୁତର ମାନଙ୍କର ଚିକିତ୍ସା ଏସିବି ମେଡ଼ିକାଲରେ ଚାଲିଛି .ଖାନନଗରଠାରେ କାଠଯୋଡି ବ୍ରିଜ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି . ସ୍ଲାବ ଖସିପଡ଼ିବାରୁ ଏହା ତଳେ ୫ଜଣ ଶ୍ରମିକ ଚାପି ହୋଇ ରହିଥିଲେ .ସମସ୍ତ ଗୁରୁତର ଏସିବି ବଡ ମେଡ଼ିକାଲରେ ଭର୍ତି ହୋଇଛନ୍ତି .