ରାତି ଶୋଉନାହାନ୍ତି ମନ୍ମଥ

ରାତି ଶୋଉନାହାନ୍ତି ମନ୍ମଥ

ନିର୍ବାଚନ ପାଇଁ ତିନି ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଛନ୍ତି । ଟିକେଟ ମିଳିବା ପରେ ରାଜନୈତିକ ଦଳମାନେ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଲେଣି । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ନିଜର ପ୍ରଚାରକୁ ନେଇ ଏବେ ବେଶ ଚର୍ଚ୍ଚାରେ । କେବେ ପାର୍କକୁ ଯାଇ ବ୍ୟାଡମିଣ୍ଟନ ଖେଳି, ବାୟାମ କରି ପ୍ରଚାର କରୁଛନ୍ତି ତ ଆଉ କେତେବେଳ ହସ୍ପିଟାଲକୁ ଯାଇ କରୁଛନ୍ତି ପ୍ରଚାର । ରାତି ୩ଟାରେ ଏମ୍ସ ପରିସର ବୁଲିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଚିକିତ୍ସା କରିବାକୁ ଆସି ବାହାରେ ଅପେକ୍ଷା କରିଥିବା ରୋଗୀଙ୍କ ସହ କଥା ହୋଇଛନ୍ତି ମନ୍ମଥ ରାଉତରାୟ । ଡାକ୍ତର ଦେଖାଇବା ପାଇଁ ଆସି ଅନେକ ରୋଗୀ ରାସ୍ତା କଡରେ ଶୋଇଥିଲେ । ଏପରି ଅବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କରିଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ।

author

Related Articles

Leave a Reply

Your email address will not be published. Required fields are marked *