ରାମଗଡ଼ ମହାନଦୀ କୂଳରେ ଦନ୍ତା | ଆତଙ୍କ ରେ ଗ୍ରାମବାସୀ

ରାମଗଡ଼ ମହାନଦୀ କୂଳରେ ଦନ୍ତା | ଆତଙ୍କ ରେ ଗ୍ରାମବାସୀ

ଗାଁ ମୁଁହା ଦନ୍ତା l ବୌଦ୍ଧ ଜିଲ୍ଲା ରାମଗଡ଼ ମହାନଦୀ କୂଳରେ ଆତଙ୍କ ଖେଳାଉଛି ଦନ୍ତା ହାତୀ l ହାତୀ ଭୟ ରେ ଗ୍ରାମବାସୀ, ତରଭୁଜ ଓ ଆମ୍ବ ଚାଷୀ l ହାତୀ କୁ ଆଜି ଭୋର ସକାଳୁ ଦେଖିଥିଲେ ଚାଷୀ l ଏବଂ ଭୟଭୀତ ହେବା ସହ ଅଳ୍ପକେ ହାତୀ ମୁହଁରୁ କେତେକ ଚାଷୀ ବର୍ତ୍ତୀ ଯାଇଥିବା ଦେଖିବାକୁ ମିଳିଛି l ସୂଚନା ମତେ ଉକ୍ତ ହାତୀ ଟି ଅନଗୁଳ ଜିଲ୍ଲା ଆଠମଲ୍ଲିକ ଅଂଚଳ କୁଦ ଗାଁ ନିକଟରେ ଗତକାଲି ଥିବା ବେଳେ ଆଜି ନଦୀ ଡେଇଁ ରାମଗଡ଼ ମହାନଦୀ କୂଳକୁ ଆସିଥିବା ଜଣାପଡ଼ିଛି l ଏକର ଏକର ଚାଷ ହୋଇଥିବା ତରଭୁଜ ଓ ଆମ୍ଭ ଚାଷୀ ଙ୍କ ବଗିଚା ଭିତରେ ଦନ୍ତା ଟି ରହିଁ ଥିବା ବେଳେ କେତେକ ଚାଷୀ ଙ୍କ ତରଭୁଜ ଓ ଆମ୍ବ ଗଛ ନଷ୍ଟ କରିଥିବା ମଧ୍ୟ୍ୟ ଜଣାପଡିଛି l ଆପଣ ଦେଖି ପାରୁଥିବେ କିଭଳି ଭାବ ରେ ଦନ୍ତା ଟି ଆମ୍ବ ବଗିଚା ରେ ଠିଆ ହୋଇଛି l ଏ ଦୃଶ୍ୟ ଟି ହେଉଛି ରାମଗଡ଼ ମହାନଦୀ କୂଳ ର l ଏପଟେ ଖବର ପାଇ ପୁରୁଣା କଟକ ରେଞ୍ଜ ବନ କର୍ମଚାରୀ ଘଟଣା ସ୍ଥଳ ରେ ପହଁଚି ହାତୀ କୁ ଜଗି ଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ତରଭୁଜ ଓ ଆମ୍ଭ ଚାଷୀ ଭୟରେ ବଗିଚା କିମ୍ବା ଗ୍ରାମ ବାସି ମହାନଦୀ କୁ ଗାଧୋଇ ଯାଉ ନଥିବା ଦେଖିବାକୁ ମିଳିଛି l ଏପଟେ ହାତୀ ଟି ମହାନଦୀ କୂଳ ରେ ଦୀର୍ଘ 5 ଘଣ୍ଟା ହେଲା ରହିଥିଲେ ସୁଦ୍ଧା ଦନ୍ତା କୁ ଅନ୍ୟତ୍ର କୌଣସି ସ୍ଥାନକୁ ଘଉଡ଼େଇବା ପାଇଁ ବନ ବିଭାଗ କୌଣସି ପ୍ରୟାସ କରୁନଥିବାରୁ ଚାଷୀ ଓ ଗ୍ରାମବାସୀ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l ତେବେ ଯଦି ହାତୀ ଗାଁ ମୁଁହା ହୁଏ ବହୁ ଧନ ଜୀବନ ନଷ୍ଟ ହେବାରେ ଗ୍ରାମବାସୀ ଭୟଭୀତ ରେ ଥିବା ଜଣା ପଡିଛି l

author

Related Articles

Leave a Reply

Your email address will not be published. Required fields are marked *