ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ରାମ ମନ୍ଦିରରେ ପ୍ରଥମ ସୁନା କବାଟ ଲାଗିଛି । ଏହିପରି ଆହୁରି ୧୩ଟି ସୁନାର କବାଟ ରାମ ମନ୍ଦିରରେ ଲାଗିବ । ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ସବୁ ଲଗାଯିବ ବୋଲି ଜଣାପଡ଼ିଛି । ପ୍ରତିଷ୍ଠା ଦିବସ ପାଖେଇ ଆସୁଥିବାରୁ ଜୋରସୋରରେ କାମ ଚାଲିଛି । ଦିନ ରାତି ଏକ କରି କାମ କରୁଛନ୍ତି କାରିଗରମାନେ । ରାମ ମନ୍ଦିରକୁ ଭବ୍ୟ ଦିବ୍ୟ ରୂପ ଦେବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । ରାମନବମୀରେ ସୂର୍ୟ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ । ଏଥି ପାଇଁ ଭବ୍ୟ ରାମମନ୍ଦିରରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଅପଟି ମେକାନିକାଲ ସିଷ୍ଟମ ସହାୟତାରେ ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ରାମଲାଲାଙ୍କ ମସ୍ତକରେ ସୂର୍ୟ୍ୟ କିରଣ ତିଳକ ଆକାରରେ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି ।

You can share this post!
author