ଆଜିଠୁ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ନିବେଶ ପାଇଁ ଓଡ଼ିଶାରେ ଚାଲିଛି .ଦ ଗ୍ରିନ ଟିମ ଓଡ଼ିଶା ପକ୍ଷରୁ ଜନବିରୋଧୀ ଓ ପରିବେଶ ବିରୋଧୀ ନୀତି ପାଇଁ ଶିଳ୍ପପତି ତଥା ବେଦାନ୍ତ କମ୍ପାନୀ ଅଧକ୍ଷ ଅନିଲ ଅଗ୍ରୱାଲଙ୍କୁ କଳା ପତାକା ଦେଖାଇ ବିରୋଧ . ରାସ୍ତାରେ ଉତ୍କଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବା ପାଇଁ ଯାଉଥିବା ବେଳେ ଶିଳ୍ପପତୀ ଅନିଲ ଅଗ୍ରୱାଲ ଙ୍କୁ ବାଟରେ ବିରୋଧ କରାଯାଇଛି . ହାତରେ କଳା କପଡ଼ା କରି ବିରୋଧ କରୁଛନ୍ତି କିଛି ଯୁବକ . ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟ କରୁଥିଲେ ସୁଧା ସେ ଅଟକୁ ନାହାଁନ୍ତି .ତେବେ ଆମେରିକା ,ଜର୍ମାନୀ , ଅଷ୍ଟ୍ରେଲିଆ ,ସିଙ୍ଗପୁର ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହୋଇଛନ୍ତି .ତେବେ ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର .ଶିଳ୍ପ ,ଆଇଟି ,ଖାଦ୍ୟ ପ୍ରକ୍ରିୟାକରଣ ,ପେଟ୍ରୋକେମିକାଲ୍ସ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରିବେ ସରକାର .
ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି .ଉତ୍କର୍ଷ ଓଡ଼ିଶା ପାଇଁ ୫ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା . କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ଉତ୍କର୍ଷ ଓଡ଼ିଶାରେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି .ରାଜ୍ୟରେ ପୁଞ୍ଜି ନିବେଶ କରିବା ପାଇଁ ଆହ୍ୱାନ ଦେଇଛନ୍ତି