ପଡିଆରେ ନୁହେଁ ରାସ୍ତା ଉପରେ କ୍ରିକେଟ ଖେଳିଲେ ସଚିନ ତେନ୍ଦୁଲକର । କାଶ୍ମୀର ଗୁଲମାର୍ଗରେ ସ୍ଥାନୀୟ ଲୋକଙ୍କ ସହ କ୍ରିକେଟ ଖେଳିଛନ୍ତି ଆଉ ଛକା.ଚୌକା ବର୍ଷା ମଧ୍ୟ କରିଛନ୍ତି । ବୋଲରଙ୍କୁ ଆଉଟ୍ କରିବାକୁ ଚ୍ୟାଲେଞ୍ଜ ଦେଇ ବ୍ୟାଟ୍ ଓଲଟା ଧରି ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ସଚିନ । ଯାହାର ଭିଡିଓ ନିଜେ ସଚିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି, କିଛି ଲୋକ ରାସ୍ତାରେ କ୍ରିକେଟ ଖେଳୁଥିବା ବେଳେ ସଚିନ୍ ତାଙ୍କ ପରିବାର ସହ ସେଠାରେ ପହଞ୍ଚିଥିଲେ ଆଉ କାରରୁ ଓହ୍ଲାଇ ସେମାନଙ୍କ କ୍ରିକେଟ ଖେଳିଥିଲେ ।

You can share this post!
author