ରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା

ରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା

ଆଜି ଓଡିଶା ଜୀବିକା ମିଶନ ଇ ସି ସଂଘ ସୁବର୍ଣ୍ଣପୁର ଶାଖା ତରଫରୁ ଶତାଧିକ ମହିଳା ଏକ ରାଲି ମାଧ୍ୟମରେ ରୟାଲ ପଡିଆ ରୁ ବାହାରି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟଳୟରେ ପହଞ୍ଚିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କୁ ଭେଟି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବୀ ଭିତରେ ପ୍ରଥମ ଦାବୀ ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନର ସମସ୍ତ ଜି ପି ଏଲ ଏଫ ,ବି ଏଲ ଏଫ , ଡି ଏଲ ଏଫ ଇ ସି ଭାବରେ କାର୍ଯ୍ୟରତ ସମସ୍ତ ମହିଳା ଙ୍କ ସମୟ ସୀମା ବୃଦ୍ଧି ସାଙ୍ଗକୁ ନୂତନ କରି ଜାରି କରାଯାଇଥିବା ନୂତନ ନିୟମାବଳୀ କୁ ପ୍ରତ୍ୟାହାର କରାଯାଉ। ଦ୍ଵିତୀୟ ଦାବୀ ପୂର୍ବ ସରକାର ଙ୍କ ମିଶନ ଶକ୍ତି ବିଭାଗ ସ୍କୁଟି ଋଣ ଯୋଜନାରେ ସାମିଲ କରି ମହତ୍ କାର୍ଯ୍ୟ କରିଥିବାବେଳେ ୪୮ ଟି କିସ୍ତି ରୁ ୧୧ ଟି କିସ୍ତି ଦେଇ ସାରିଥିବା ବେଳେ ବାକିଆ କିସ୍ତି ଉପରେ ମୋହନ ସରକାର ବିଚାର କରନ୍ତୁ। ତୃତୀୟ ଦାବୀ ମିଶନ ଶକ୍ତି ସଚିବଙ୍କ ନିର୍ଦ୍ଦେଶନାମା ରେ ଦର୍ଶା ଯାଇଥିବା ସମସ୍ତ ଜି ପି ଏଲ ଏଫ ,ବି ଏଲ ଏଫ ,ଡି ଏଲ ଏଫ ସ୍ତରୀୟ ସମସ୍ତ ଅଡିଟ କୁ ପୂର୍ଣ୍ଣ ମାତ୍ରା ରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ , ଏଥି ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିବା ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ।

author

Related Articles

Leave a Reply

Your email address will not be published. Required fields are marked *