ଗୋଟିଏ ପଟେ ବର୍ଷା ଏବଂ ଅନ୍ୟପଟେ ନିମ୍ନମାନର କାମ । ଯେଉଁଥିପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଏହି କାରଣରୁ ଆନ୍ଧ୍ର ଏବଂ ଓଡିଶାକୁ ସଂଯୋଗ କରୁଥିବା ମୁଖ୍ୟ ସଡକ ପଥର ଏକ ପାଶ୍ୱର୍ରେ ମାଟି କ୍ଷୟ ହୋଇ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ରାସ୍ତାରେ ଶହ ଶହ ଯାନ ଯିବା ଆସିବା କରୁଥିବା ବେଳେ ଏହି ଗାତ ଯୋଗୁଁ ଗମନା ଗମନାରେ ବାଧା ସୃଷ୍ଟି ହୋଇଥିଲା । ତେବେ ଏ ଖବର ଜାଣିବା ପରେ ଉକ୍ତ ଅଞ୍ଚଳ ବାସୀ ଓ ସାମ୍ବାଦିକ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗର୍ତ୍ତ ସୃଷ୍ଟି ହୋଇ ଥିବା ସ୍ଥାନରେ ସୁରକ୍ଷା ବୋର୍ଡ ଲଗାଇ ଅବରୋଧ କରିଥିଲେ। ଉକ୍ତ ଅଞ୍ଚଳର ତତ୍ତ୍ଵାବଧାନରେ ଥିବା ପିଡବ୍ଲୁଡି କାର୍ୟ୍ୟ।ଳୟର ଉପ ଖଣ୍ଡିୟ ଅଧିକାରୀ ଅରବିନ୍ଦ ପାଢ଼ୀ ଙ୍କୁ ପ୍ରାୟ ୨୦ ଥର ମୋବାଇଲ ଦ୍ଵାରା ଯୋଗାଯୋଗ କରି ଘଟଣା ବିଷୟରେ ସୁଚନା ଦେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ବି ଫଳପ୍ରଦ ହୋଇନଥିଲା । ଶେଷରେ ନିରାଶ ହୋଇ ପିଡବ୍ଲ୍ୟୁଡି ସୁପରିଟେଣ୍ଡେଟ ଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରି ଘଟଣାର ବିବରଣୀ ଦେଇ ଘଟଣା ସ୍ଥଳର ଫୋଟ ଉଠାଇ ପଠାଇବା ପରେ। ସେ କର୍ମ ତତ୍ପରତା ଦେଖେଇ ଉକ୍ତ ସୃଷ୍ଟି ହୋଇ ଥିବା ଗର୍ତ୍ତ ଟିକୁ ମାଟି, ବାଲି ଓ ରାସ୍ତା ପାଇଁ ଆବଶ୍ୟକୀୟ ଜିନିଷ ପକାଇ ରାସ୍ତା ମରାମତି କରିଥିଲେ। ଯାହା ଫଳରେ କି ବଡ ଧରଣର ଘଟିବାକୁ ଯାଉଥିବା ଦୁର୍ଘଟଣା କୁ ରୋକ୍ ଲଗାଇ ଦିଆଗଲା।

You can share this post!
author