ରାସ୍ତାରେ ହଟ୍ଟହଟ୍ଟା ମୋହନ

ରାସ୍ତାରେ ହଟ୍ଟହଟ୍ଟା ମୋହନ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଭାରତୀୟ ଜନତା ପାର୍ଟିର ନେତାଙ୍କ ଗୁଣ୍ଡାଗର୍ଦ୍ଦି । ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ବିଜେପି ବିଧାୟକଙ୍କ କାର୍ନାମା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ହୋଇପଡିଛି ଯାହା ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି । ଜନପ୍ରତିନିଧି ଙ୍କୁ ଜୀବନରୁ ମାରିଦେବାକୁ ଦିଆଯାଉଛି ଧମକ । ଓଲଟା ନିଜ ଦଳର ବିଧାୟକ ଓ କର୍ମୀଙ୍କ ଦାଦାଗିରି ଏତେ ମାତ୍ରାରେ ବୃଦ୍ଧି ପାଇଛି ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ହଟ୍ଟହଟ୍ଟା ହେବାକୁ ପଡୁଛି ।

ପୁଣିଥରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି କଟକ ଜିଲ୍ଲାରେ ଦେଖିବାକୁ ମିଳିଛି । ବିଜେଡି ସରପଞ୍ଚଙ୍କୁ ଧମକ ଦେଉଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକଙ୍କ ସମର୍ଥିତ କିଛି ନେତା । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ରେ ସ୍ୱାଧୀନ ବିଧାୟକ ଙ୍କ ସମର୍ଥିତ ବ୍ୟକ୍ତି ସରପଞ୍ଚ ମାନଙ୍କୁ ବ୍ଲକ ପରିସର ରେ ନ ପୁରେଇ ଦେବା ପାଇଁ ମରଣାତ୍ମକ ଧମକ ଦେଇଛନ୍ତି ।

ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବାଟବଣା କରିବାକୁ ଉଦ୍ୟମ କରାଯାଇଛି । ସ୍ବାଧିନ ବିଧାୟକ ସାରଦା ପ୍ରଧାନ ନିଜ ଖାସ ଅନୁଗତ ଅବିନାଶ ରାଉତ କୁ ଲଗେଇ ଜନପ୍ରତିନିଧି ମାନଙ୍କୁ ଜୀବନରୁ ମାରିଦେବାକୁ ଦେଉଛି ଧମକ ଯାହା ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । 4 ଟା ଏଫାଇଆର ରୁଜୁ ହେଲାପରେ ବି ଅଭିଯୁକ୍ତକୁ ଗିରଫ ନକରି ନିଶ୍ଚିନ୍ତକୋଇଲି ପୋଲିସ ଚୁପ ବସିଛି କାହା ଚାପରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି ।

author

Related Articles

Leave a Reply

Your email address will not be published. Required fields are marked *