କଟକ-ପାରାଦ୍ୱୀପ ରାସ୍ତାର ତିର୍ତ୍ତୋଲ ବାଲିପାଟଣା ବଜାର ନିକଟରେ ଏକ ଚଳନ୍ତା କାର୍ ହଠାତ୍ ହୁ ହୁ ହୋଇ,ଜଳି ପାଉଁଶ ହୋଇଯାଇଥିଲା । ସୁଚନାନୂଯାୟୀ କଟକରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ଏକ ଚଳନ୍ତା ଫର୍ଡ କାରଟି ତିର୍ତ୍ତୋଲ ଅଞ୍ଚଳର ବାଲିପାଟଣା ବଜାର ନିକଟସ୍ଥ ପଦ୍ମଗଣ୍ଡ ପାଖରେ କୈାଣସି ଯାନ୍ତ୍ରିକ ତ୍ରୁଟି ନିଆଁ ଲାଗିଯିବାରୁ କାରଟି ରାସ୍ତା ଉପରେ ହୁ ହୁ ହୋଇ ଜଳି ଉଠିଥିଲା । ଗାଡ଼ି ମାଲିକ ନିଜେ ଗାଡ଼ି ଚଳାଉଥିବା ବେଳେ କାରରେ ନିଆଁ ଲାଗିବା କ୍ଷଣି ସେ ତୁରନ୍ତ ଗାଡିରୁ ବାହାରି ଆସିଥିଲେ… ଭଗବାନ ଙ୍କ ଦୟାରୁ ତାଙ୍କ ଜୀବନଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲା।ସ୍ଥାନୀୟ ଲୋକଙ୍କ ଠୁଁ ଖବର ପାଇ ତିର୍ତ୍ତୋଲ ଦମକଳ ବାହିନୀ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରଟି ପାଖାପାଖି ସମ୍ପୁର୍ଣ୍ଣ ଜଳିଯାଇଥିଲା। ଗାଡ଼ି ମାଲିକଙ୍କ ଘର ଗଞ୍ଜାମ ବ୍ରହ୍ମପୁରରେ ହୋଇଥିବା ବେଳେ ସେ ପାରାଦ୍ୱୀପର ପିପିଏଲ୍ କମ୍ପାନୀରେ ଚାକିରୀ କରିଥିଲେ ବୋଲି ଜଣାପଡ଼ିଛି। ଜଗତସିଂହପୁର ରୁ ରମେଶ ମହାନ୍ତିଙ୍କ ରିପୋର୍ଟ…
You can share this post!
author