ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହନାପଲ୍ଲୀ ଗ୍ରାମ ନିକଟରେ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ଲକ୍ଷ୍ମୀ ବସ l ଦୁର୍ଘଟଣାରେ 3ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିବା ବେଳେ ସମସ୍ତଙ୍କୁ କବିସୂର୍ଯ୍ୟନଗର ମେଡିକାଲ ରେ ଭର୍ତି କରାଯାଇଛି l ବସଟି ଆଜି ସକାଳୁ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବସରେ ଦଶରୁ ଉର୍ଦ୍ଧ ଯାତ୍ରୀ ରହିଥିବା ସୂଚନା ମିଳିଛି l ବସ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହାତ ମାନଙ୍କୁ ଉଧାରକରି ମେଡ଼ିକାଲରେ ଭର୍ତି କରିଛନ୍ତି l
