ରାସ୍ତା ମଝିରେ ହଟହଟା ବିଜେପି ସାଂସଦ !

ରାସ୍ତା ମଝିରେ ହଟହଟା ବିଜେପି ସାଂସଦ !

ରାସ୍ତା ମଝିରେ ହଟହଟା ହେଲେ ବିଜେପି ସାଂସଦ । ବିଜେଡିରୁ ବିଜେପିକୁ କର୍ମୀ ନେଇ ଫସିଗଲେ ବିଜେପି ନେତା । ରାସ୍ତା ମଝିରେ କଥା କଟାକଟି ହେଉଛନ୍ତି ବିଜେପି କର୍ମୀ । କଟକ ସାଂସଦ ଭର୍ତୁହରି ମହତାବଙ୍କ ଆଗରେ ଅଭିଯୋଗ କରୁଛନ୍ତି କର୍ମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବଂ ବିଜେପି ଲୋଭ ଦେଖାଇ ବିଜେଡିରୁ କର୍ମୀ ନେବା ଏବେ ଦଳକୁ ଭାରି ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଗତ ନିର୍ବାଚନ ପୂର୍ବରୁ ବିଜେଡିରୁ ୬ ୬ ଥର ସାଂସଦ ରହିଥିବା କଟକ ସାଂସଦ ଭର୍ତୁହରି ମହତାବ ବିଜେପି ଶିବିରରେ ପାଦ ରଖିଥିଲେ । ଦଶନ୍ଧି ଦଶନ୍ଧି ଧରି ବିଜେଡି ସହିତ ରହିଥିବା ସମ୍ପର୍କକୁ ପାଦରେ ଆଡେଇ ଦେଇ ଭର୍ତୁହରି ବିଜେପିରେ ସାମିଲ ହୋଇଥିଲେ । ଏବଂ କଟକ ଆସନରୁ ନିର୍ବାଚନ ଲଢି ବିଜେପିର ସାଂସଦ ହୋଇଥିଲେ । ଏପରିକି ନିଜ ସମର୍ଥକଙ୍କୁ ମଧ୍ୟ ବିଜେପିରେ ସାମିଲ କରିଥିଲେ । କିନ୍ତୁ ଆହୁରି କିଛି କର୍ମୀ ରହିଯାଇଥିବା ଏବଂ ସେମାନଙ୍କୁ ଦଳରେ ସାମିଲ କରୁନଥିବା ଭର୍ତୁହରିଙ୍କ ଆଗରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ଏପରିକି ବିଜେପିର କିଛି କର୍ମୀ ସେମାନଙ୍କୁ ସେହି ସ୍ଥାନରେ ଏ ସମ୍ପର୍କରେ କଥା ନହେବାକୁ ମଧ୍ୟ କହିଥିବା ନଜର ଆସୁଛି । କିନ୍ତୁ ଅସନ୍ତୋଷର ନିଆଁରେ ଜଳୁଥିବା କର୍ମୀମାନେ ସମସ୍ତଙ୍କ ଆଗରେ ଦଳରେ ସାମିଲ ହେବା କଥା ଉଠାଇବାକୁ ପଛାଇ ନଥିଲେ । ଆଉ ଏହାକୁ ନେଇ ଖୋଦ ସାଂସଦ କର୍ମୀଙ୍କ ଆଗରେ ହଟହଟା ହୋଇଥିବା ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *