ରାହୁଲଙ୍କ ଗୋଟେ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ରାହୁଲଙ୍କ ଗୋଟେ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ସାଂସଦ ପରିସରରେ ଠେଲାପେଲା ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ଯ଼ରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ଏହି ଘଟଣାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି | ରାହୁଲ ଗାନ୍ଧୀ ତାଙ୍କୁ ଠେଲି ଦେବାରୁ ତାଙ୍କର ଏପରି ଅବସ୍ଥା ହୋଇ ଥିବା ଅଭଯୋଗ ହେଉଛି |

କିନ୍ତୁ ଏହାକୁ ନେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି , “ବିଜେପି ସାଂସଦମାନେ ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରକୁ ପ୍ରବେଶ କରିବାକୁ ଅଟକାଇଥିଲେ। ଏହାକୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା । “ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ଯିଏ ମୋ ଉପରେ ପଡ଼ିଯାଇଥିଲେ, ଯାହା ପରେ ମୁଁ ତଳେ ପଡ଼ିଗଲି। ମୁଁ ସିଡ଼ି ପାଖରେ ଠିଆ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଆସି ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ।” ବୋଲି ସେ କହିଛନ୍ତି

ତେବେ ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି, “ଏହା ଆପଣଙ୍କ କ୍ଯ଼ାମେରାରେ କାଏଦ ଥିବ । ମୁଁ ପ୍ରବେଶ ଦ୍ୱାରରୁ ସଂସଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରୁଥିଲେ, ମୋତେ ଧକ୍କା ଦେଉଥିଲେ ଏବଂ ଧମକ ଦେଉଥିଲେ। ତେବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଥିଲ କିନ୍ତୁ ଆମେ ଆହତ ହୋଇନାହୁଁ। ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ପ୍ରବେଶ କରିବାର ଅଧିକାର ଅଛି। ମୁଖ୍ଯ଼ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କ ସ୍ମୃତିକୁ ଅପମାନିତ କରୁଛନ୍ତି।”

ତେବେ ଗୁରୁବାର ସକାଳେ ସଂସଦ ପରିସରରେ ଡ. ବି. ଆର୍. ଆମ୍ବେଦକରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ଏବଂ ବିଜେପି ସାଂସଦମାନେ ମୁହାଁମୁହିଁ ହୋଇଥିଲେ। ବାବା ସାହେବ ଆମ୍ବେଦକରଙ୍କ ଉପରେ ମନ୍ତବ୍ଯ଼ ଦେଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଅନ୍ଯ଼ପକ୍ଷରେ ବିଜେପି ସାଂସଦମାନେ କଂଗ୍ରେସ ଦଳ ଉପରେ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *