ରାହୁଲଙ୍କ ଫୋଟୋରେ ଜୋତା ମାଳ ପକେଇ ଗର୍ଜିଲେ ଲୋକେ | ଗଣତନ୍ତ୍ରର ମନ୍ଦିରରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ସ୍ଥିତ ଗାନ୍ଧୀ ନଗର ଛକ ଠାରେ “ବିକ୍ଷୋଭ” ପ୍ରଦର୍ଶନ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ “କୁଶପୁତ୍ତଳିକା ଦାହ” କରାଯାଇଥିଲା । ଯେଉଁଭଳି ଭାବରେ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ପରିସରରେ ଗୃହମନ୍ତ୍ରୀଙ୍କ ଭାଷଣକୁ କଦର୍ଥ କରି ବିରୋଧୀ ମାନେ ଯେଉଁଭଳି ଉପସ୍ଥାପନା କଲେ ତାର ସତ୍ୟତା ଉପସ୍ଥାପନା କରିବା ସମୟରେ ସଂସଦ ଭବନରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ । ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶାର ମାନ୍ୟବର ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କାମାରି ଯେଉଁ ଭଳି ଭାବରେ ଲହୁ ଲୁହାଣ କରି ମରଣାନ୍ତକ ଆକ୍ରମଣ କରିଛନ୍ତି ତାକୁ ଯୁବମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଗଣତନ୍ତ୍ରର ମନ୍ଦିରରେ ରାଜନୈତିକ ହିଂସା କଦାପି ଗ୍ରହଣୀୟ ନୁହଁ | ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ଜଣାଇ କଂଗ୍ରେସର ଯୁବନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହା ସହ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ଭଳି ସଙ୍ଗୀନ ମାମଲା ରୁଜୁ କରି ତାଙ୍କୁ ସାଂସଦ ପଦରୁ ବହିଷ୍କାର କରାଯିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି ।
ତେବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ ତେବେ ଆଗାମୀ ଦିନରେ ଯୁବମୋର୍ଚ୍ଚା ଏହାର ଦୃଢ଼ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କୁ ବାଟରେ ଚଲେଇ ଦିଆଯିବନି ବୋଲି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଚେତାବନୀ ଦେଇଛନ୍ତି ।ସେହିପରି ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ |